www.samajalive.in
Tuesday, December 9, 2025
15.1 C
Bhubaneswar

ପହେଲଗାଁଓ ଗଣହତ୍ୟାରେ କାର୍ଯ୍ୟାନୁଷ୍ଠାନ ଦାବି

ଭବାନୀପାଟଣା: ପହେଲଗାଁଓ ଗଣହତ୍ୟାରେ କାର୍ଯ୍ୟାନୁଷ୍ଠାନ ଦାବି। ମଙ୍ଗଳବାର ଅପରାହ୍ନରେ ଆତଙ୍କବାଦୀମାନେ ପହେଲଗାଁଓ ଠାରେ ୨୭ ଜଣ ହିନ୍ଦୁ ଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ଆତଙ୍କବାଦୀ ଙ୍କୁ ନିପାତ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ଗତକାଲି ଗଣହତ୍ୟା ର ପ୍ରତିବାଦରେ କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହେଇଥିଲା। ଏଭଳି ବର୍ବରୋଚିତ କାର୍ଯ୍ୟକୁ ଦୃଢ଼ ହସ୍ତରେ ଦମନ କରିବା ସହିତ ହିନ୍ଦୁସ୍ଥାନ ରେ ହିନ୍ଦୁ ମାନଙ୍କ ସୁରକ୍ଷା ଦିଗରେ ସ୍ଵତନ୍ତ୍ର ଧ୍ୟାନ ଦେବାକୁ କଳାହାଣ୍ଡି ବ୍ରାହ୍ମଣ ସମାଜ ଦାବି କରିଛି। ସ୍ଥାନୀୟ ଷ୍ଟେଚ୍ୟୁ ଛକ ରୁ ମାଣିକେଶ୍ଵରୀ ଛକ ଯାଏଁ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ସତ୍ୟ ନାରାୟଣ ମହାପାତ୍ର, ଭବେନ୍ଦ୍ର ପଣ୍ଡା, ଉମେଶ ଚନ୍ଦ୍ର ପଣ୍ଡା, କୃଷ୍ଣ ମୋହନ ଯୋଷୀ ପ୍ରମୁଖ ବ୍ରାହ୍ମଣ ସମାଜର ବହୁ ସଦସ୍ୟ ସାମିଲ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories