www.samajalive.in
Saturday, December 6, 2025
23.1 C
Bhubaneswar

ମାତ୍ର ଏତିକି ଟଙ୍କା.. ବିଏସ୍‌ଏନ୍‌ଏଲ୍‌ ଆଣିଲା ଜବରଦସ୍ତ ପ୍ଲାନ୍‌, ସବୁଦିନ ମିଳିବ ୨ ଜିବି ଡାଟା ସହ ଏସବୁ ସୁବିଧା..

ନୂଆଦିଲ୍ଲୀ : ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଟେଲିକମ୍‌ କମ୍ପାନୀ ଭଳିକି ଭଳି ପ୍ଲାନ୍‌ ସାମ୍ନାକୁ ଆଣିଥାଏ । ନିଜ ଗ୍ରାହକଙ୍କ ପାଇଁ ଏକ ଜବରଦସ୍ତ ପ୍ଲାନ୍‌ ଆଣିଛି ବିଏସଏନ୍‌ଏଲ୍‌ । ଏହି ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ଅସୀମିତ କଲିଙ୍ଗ୍‌, ଡାଟା, ମାଗଣା ଏସଏମଏସ ସୁବିଧା ମଧ୍ୟ ମିଳିବ ।
ଏହା ବ୍ୟତୀତ ବିଏସଏନ୍‌ଏଲ୍‌ ନୂଆ ୪ଜି ମୋବାଇଲ୍‌ ଟାୱାର ଲଗାଇ ନେଟ୍‌ୱର୍କ ବିସ୍ତାର ମଧ୍ୟ କରୁଛି । ପ୍ରାୟ ୬୫,୦୦୦ ନୂଆ ଟାୱାର କାର୍ଯ୍ୟ କରିବା ଆରମ୍ଭ ହୋଇ ସାରିଛି । ଖୁବ୍‌ ଶୀଘ୍ର ଏହି ସଂଖ୍ୟା ୧୦୦,୦୦୦ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଯୋଜନା କରାଯାଉଛି ।

ବିଏସଏନ୍‌ଏଲ୍‌ ନିଜର ଏହି ନୂଆ ରିଚାର୍ଜ ପ୍ଲାନ୍‌ ବିଷୟରେ ଏକ୍ସରେ ସୂଚନା ଦେଇଛି । ଏହି ପ୍ଲାନ୍‌ର ଦାମ୍‌ ୩୪୭ ଟଙ୍କା । ଏହି ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ସାରା ଦେଶରେ ଯେକୌଣସି ନେଟ୍‌ୱାର୍କରେ ମାଗଣାରେ ଅସୀମିତ କଲିଙ୍ଗ୍‌ର ସୁବିଧା ପାଇବେ । ଏହାସହ ବିଏସଏନ୍‌ଏଲ୍‌ ଗ୍ରାହକ ଦିଲ୍ଲୀ ଓ ମୁମ୍ବାଇରେ ଏମଟିଏନଏଲ୍‌ ନେଟୱାର୍କରେ ମଧ୍ୟ ମାଗଣା କଲିଙ୍ଗ୍‌ ଓ ନେସନାଲ୍‌ ରୋମିଙ୍ଗ୍‌ର ଲାଭ ପାଇପାରିବେ ।

- Advertisement -

ଏହି ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ନିୟମିତ ୨ଜିବି ହାଇସ୍ପିଡ୍‌ ଡାଟା, ୧୦୦ ଏସଏମ୍‌ଏସ୍‌ ସୁବିଧା ମିଳିବ । ଏହି ପ୍ଲାନ୍‌ର ସମୟ ସୀମା ୫୪ ଦିନ । ଏହା ବ୍ୟତୀତ ଅନ୍ୟାନ୍ୟ ଟିଭି ଚ୍ୟାନେଲ୍‌ ସହ ଓଟିଟି ଆପ୍‌ର ସୁବିଧା ମଧ୍ୟ ମିଳିବ ।
ଟ୍ରାଇ ପକ୍ଷରୁ ସ୍ପାମ୍‌ କଲ୍‌କୁ ରୋକିବା ପାଇଁ କିଛି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଟେଲିମାର୍କେଟିଙ୍ଗ୍‌ର ୧୦ ଅଙ୍କ ବିଶିଷ୍ଟ ଫୋନ୍‌ ନମ୍ବରକୁ ଟ୍ରାଇ ପକ୍ଷରୁ ବ୍ୟାନ୍‌ କରାଯାଇଛି । ସ୍ପାମ୍‌ କଲ୍‌ କଲେ ୧୦ ଲକ୍ଷ ପର୍ଯ୍ୟନ୍ତ ଜୋରିମାନା ଆଦାୟ ପାଇଁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଟ୍ରାଇ ପକ୍ଷରୁ ଏକ ନୂଆ ଆପ୍‌ ଡିଏନଡି ( Do-Not-Disturb) ମଧ୍ୟ ଲଞ୍ଚ କରାଯାଇଛି । ଯାଦ୍ୱାରା ଉପଭୋକ୍ତା ସ୍ପାମ୍‌ କଲ୍‌ ବିଷୟରେ ଜାଣି ପାରିବେ।

୧୮ ବର୍ଷ ପରେ.. ରାହୁ-କେତୁ ଚଳନ; ଏହି ରାଶିଙ୍କ ବଦଳାଇବେ ଭାଗ୍ୟ, ହଠାତ୍‌ ମିଳିବ ଧନ,ସଫଳତା..

 

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories