www.samajalive.in
Saturday, December 6, 2025
23.1 C
Bhubaneswar

‘ମୋ ଝିଅ ଆଉ ନାହିଁ, ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି ଏଭଳି ନ ହେଉ’

ଭୁବନେଶ୍ୱର: କିଟ୍‌ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ମୃତା ଛାତ୍ରୀଙ୍କ ବାପା ପ୍ରତିକ୍ରିୟା ରଖି କହିଛନ୍ତି ଯେ ଉଚ୍ଚ ଶିକ୍ଷା ଗ୍ରହଣ କରିବାକୁ ଏତେ ଦୂର ପଠାଇଥିଲୁ। ସରକାର ଓ ପୁଲିସ ଉପରେ ଭରସା ରହିଛି। ଆମକୁ ନିଶ୍ଚିତ ନ୍ୟାୟ ମିଳିବ। ମୋ ଝିଅ ଆଉ ନାହିଁ, ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି ଏଭଳି ନ ହେଉ। ନେପାଳ ଯାଇ ଆମ କଲେଜରେ ପାଠ ପଢ଼ାଅ ବୋଲି ଡାକି ଆଣିଥିଲେ। ନେପାଳରୁ ପିଲା ଆସି ପଢ଼ିବା ପରେ ତାଙ୍କୁ କଲେଜ ଦୁର୍ବ୍ୟବହାର କରୁଛି ବୋଲି ମୃତା ଛାତ୍ରୀଙ୍କ ବାପା ପ୍ରକାଶ କରିଛନ୍ତି।

ଭୁବନେଶ୍ୱର ଏମ୍‌‌ସରେ ଆଜି କିଟ୍‌ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ। ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ ହେବ ଏବଂ ବ୍ୟବଚ୍ଛେଦ ସମୟର ସମ୍ପୂର୍ଣ୍ଣ ଭିଡିଓ ରେକର୍ଡିଂ କରାଯିବ। ଛାତ୍ରୀଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।

- Advertisement -

ଅପରପକ୍ଷରେ ପରିବାର ଲୋକେ ମୃତା ଛାତ୍ରୀଙ୍କ ମୃତଦେହକୁ ନେପାଳ ନେଇଯିବାକୁ ଅନୁରୋଧ କରିଥିବା ଜଣାପଡିଛି।

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories