www.samajalive.in
Monday, December 8, 2025
14.1 C
Bhubaneswar

ପ୍ରଧାନଶିକ୍ଷକଙ୍କ ବାଇକ୍‌‌ ଡିକି ଭାଙ୍ଗି ଟଙ୍କା ଲୁଟ୍‌‌, ଜଣେ ଲୁଟେରାକୁ ଗୋଡ଼ାଇ ଧରିଲେ ଲୋକେ

ପିପିଲି: ଝିଅ ବାହାଘର ପାଇଁ ୫ଲକ୍ଷ ଟଙ୍କା ନେଇ ଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ ବାଇକ୍‌‌ର ଡିକିକୁ ଭାଙ୍ଗି ଟଙ୍କା ଭର୍ତ୍ତି ବ୍ୟାଗ୍‌‌କୁ ଲୁଟ୍‌‌ କରିବା ସମୟରେ ଜଣେ ଲୁଟେରାକୁ ସ୍ଥାନୀୟ ଲୋକେ ଗୋଡ଼ାଇ ଗୋଡ଼ାଇ ଧରି ପୁଲିସ ଜିମା ଦେଇଛନ୍ତି। ସୋମବାର ଅପରାହ୍ନରେ ପିପିଲି ନିକଟବର୍ତ୍ତୀ ଦାଣ୍ଡମୁକୁନ୍ଦପୁର ବଜାର ଅଞ୍ଚଳରେ ଏହି ଘଟଣା ଘଟିଥିବାବେଳେ ୫ଲକ୍ଷ ଟଙ୍କା ମଧ୍ୟରୁ ସାଢେ ୪ ଲକ୍ଷ ଟଙ୍କା ରାସ୍ତା ଉପରେ ପଡ଼ିଯାଇଥିବାବେଳେ ୫୦ହଜାର ଟଙ୍କାକୁ ଲୁଟେରାର ଅନ୍ୟଜଣେ ସହଯୋଗୀ ନେଇ ଫେରାର୍‌‌ ହୋଇଯାଇଛି। ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ଲୁଟେରାକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବସନ୍ତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ହରିରାଜପୁର ଗ୍ରାମର ପ୍ରକାଶ ଚନ୍ଦ୍ର ଜେନା ସୋମବାର ଅପରାହ୍ନ ସାଢେ ୩ଟା ସମୟରେ ନିଜ ଝିଅର ବିବାହ ପାଇଁ ପିପିଲି ଏସ୍‌‌ବିଆଇ ଶାଖାରୁ ୫ଲକ୍ଷ ଟଙ୍କା ଉଠାଇଥିଲେ। ସେ ଟଙ୍କା ଭର୍ତ୍ତି ବ୍ୟାଗ୍‌‌କୁ ନିଜ ବାଇକ୍‌‌ ଡିକିରେ ରଖି ବାଇକ୍‌‌ ଚଳାଇ ଦାଣ୍ଡମୁକୁନ୍ଦପୁରସ୍ଥିତ ଏକ ବିବାହ ମଣ୍ଡପକୁ ଯାଇଥିଲେ। ଏହି ବିବାହ ମଣ୍ଡପରେ ତାଙ୍କର ଜଣେ ସଂପର୍କୀୟଙ୍କ ନିର୍ବନ୍ଧ ଉତ୍ସବରେ ଯୋଗଦେବା ପାଇଁ ସେ ବାଇକ୍‌‌ରୁ ଓହ୍ଲାଇବା ସମୟରେ ହଠାତ୍‌‌ ଜଣେ ବ୍ୟକ୍ତି ତାଙ୍କୁ ଶକ୍ତ ଧକ୍କା ମାରିଥିଲା। ସେ ତଳେ ପଡ଼ିଯିବା ପରେ ଉକ୍ତ ଲୋକଟି ତାଙ୍କ ବାଇକ୍‌‌ ଡିକି ଭାଙ୍ଗି ତା’ମଧ୍ୟରେ ଥିବା ୫ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌‌(୫ଶହ ଟଙ୍କିଆ ୧୦ଟି ବିଡା)କୁ ନେଇ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଏକ ବାଇକ୍‌‌ ପଛରେ ବସିବା ପାଇଁ ଉଦ୍ୟତ ହୋଇଥିଲା। ସେହି ସମୟରେ ସ୍ଥାନୀୟ ଲୋକେ ଜୋର୍‌‌ରେ ପାଟି କରିବାସହ ତାକୁ ଧରିବା ପାଇଁ ଗୋଡାଇଥିଲେ। ଲୁଟେରା ଜଣକ ଟଙ୍କା ଭର୍ତ୍ତି ବ୍ୟାଗ୍‌‌କୁ ବାଇକ ଚାଳକକୁ ଧରାଇ ଦେଇଥିବାବେଳେ ବାଇକ୍‌‌ରେ କିନ୍ତୁ ବସି ପାରିନଥିଲା। ଲୋକଙ୍କ ପାଟି ଶୁଣି ବାଇକ୍‌‌ ଚାଳକ ନିଜ ବାଇକ୍‌‌ର ସ୍ପିଡ୍‌‌କୁ ବଢ଼ାଇ ଦେଇଥିଲା। ବାଇକ୍‌‌ ପଛକୁ ଧରି ଲୁଟେରା ଜଣକ କିଛିବାଟ ପର୍ଯ୍ୟନ୍ତ ରାସ୍ତାରେ ଘୋଷାରି ହୋଇଯିବା ପରେ ନିକଟବର୍ତ୍ତୀ ଏକ ବିଦ୍ୟାଳୟଠାରେ ବାଇକ୍‌‌କୁ ଛାଡି ରାସ୍ତା ଉପରେ ପଡ଼ିଥିଲା। କିନ୍ତୁ ବାଇକ୍‌‌ ଚାଳକ ଜଣକ ସେଠାରୁ ଖସିଯିବାରେ ସକ୍ଷମ ହୋଇଥିଲା। ତେବେ ସୌଭାଗ୍ୟବସତଃ ଏହି ଗୋଡାଗୋଡି ସମୟରେ ବାଇକ୍‌‌ ଚାଳକ ଧରିଥିବା ଟଙ୍କା ଭର୍ତ୍ତି ବ୍ୟାଗ୍‌‌ ମଧ୍ୟରୁ ୯ଟି ୫ଶହ ଟଙ୍କିଆ ନୋଟ୍‌‌ ବିଡା(ସାଢେ ୪ଲକ୍ଷ ଟଙ୍କା) ରାସ୍ତା ଉପରେ ଖସିପଡ଼ିଥିଲା। କେବଳ ୫୦ହଜାର ଟଙ୍କାକୁ ବାଇକ୍‌‌ରେ ଥିବା ଦୁର୍ବୃତ୍ତ ନେଇ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲା। ବାଇକ୍‌‌ରୁ ଖସି ପଡ଼ିଥିବା ଲୁଟେରାକୁ ସ୍ଥାନୀୟ ଲୋକେ କାବୁ କରିବା ସହ ପିପିଲି ପୁଲିସର ଜିମା ଦେଇଥିଲେ। ରାସ୍ତାରେ ଘୋଷାରି ହେବା ଫଳରେ ତାର ଦୁଇଟି ଯାକ ଗୋଡ ସମେତ ଶରୀରର କେତେକ ସ୍ଥାନରେ ଆଘାତ ଲାଗିଥିବାବେଳେ ପୁଲିସ ତାକୁ ଚିକିତ୍ସା ଲାଗି ପ୍ରଥମେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ପରେ ସେଠାରୁ ତାକୁ ଭୁବନେଶ୍ଵର କ୍ୟାପିଟାଲ ହସ୍‌‌ପିଟାଲ୍‌‌କୁ ସ୍ଥାନାନ୍ତର କରାଯାଇଛି। ଧରାପଡ଼ିଥିବା ଲୁଟେରାର ଘର ଆସ୍କା ଥାନା ଅନ୍ତର୍ଗତ କୋଦଳା ଅଞ୍ଚଳରେ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନେଇ ପ୍ରକାଶ ଚନ୍ଦ୍ର ଜେନା ସନ୍ଧ୍ୟାରେ ପୁଲିସରେ ଲିଖିତ ଅଭିଯୋଗ କରିଥିବାବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଫେରାର୍‌‌ ଦୁର୍ବୃତ୍ତକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିବା ସଂପର୍କରେ ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ସୂଚନା ଦେଇଛନ୍ତି। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବାବେଳେ ସ୍ଥାନୀୟ ଲୋକଙ୍କ ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି।

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories