www.samajalive.in
Saturday, December 6, 2025
14.1 C
Bhubaneswar

ଜୟଲଳିତାଙ୍କ ସ୍ବର୍ଣ୍ଣାଳଙ୍କାର ତାମିଲନାଡୁ ସରକାରଙ୍କୁ ହସ୍ତାନ୍ତର

ବେଙ୍ଗାଲୁରୁ : କର୍ଣ୍ଣାଟକର ଏକ ସ୍ବତନ୍ତ୍ର ଅଦାଲତଙ୍କ ନିର୍ଦେଶକ୍ରମେ ଶୁକ୍ରବାର ଏଆଇଏଡିଏମକେ ସୁପ୍ରିମୋ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜୟଲଳିତାଙ୍କ ପ୍ରାୟ ୨୭ କିଲୋ ଓଜନର ସ୍ବର୍ଣ୍ଣାଳଙ୍କାର ତାମିଲନାଡୁ ସରକାରଙ୍କୁ ହସ୍ତାନ୍ତର କରାଯାଇଛି। ଫଳରେ ଏହି ସ୍ବର୍ଣ୍ଣାଳଙ୍କାରକୁ ନେଇ ଦୀର୍ଘ ୧୧ ବର୍ଷ ଧରି ଚାଲିଥିବା ଆଇନଗତ ବିବାଦର ପରିସମାପ୍ତି ଘଟିଛି। ଏହି ସ୍ବର୍ଣ୍ଣାଳଙ୍କାରଗୁଡିକୁ କର୍ଣ୍ଣାଟକ ଟ୍ରେଜେରୀରେ ରଖାଯାଇଥିଲା। ଫେରସ୍ତ କରାଯାଇଥିବା ସ୍ବର୍ଣ୍ଣାଳଙ୍କାର ମଧ୍ୟରେ ସୁନା ମୁକୁଟ, ସୁନା ଖଣ୍ଡା ଭଳି ୪୮୧ଟି ଆଇଟମ ସାମିଲ ରହିଛି। ଏହା ବ୍ୟତୀତ ଜୟଲଳିତାଙ୍କ ନାମରେ ଥିବା ଜମିର କାଗଜପତ୍ର ଏବଂ ନଗଦ ଟଙ୍କା ମଧ୍ୟ ସାମିଲ ଥିବା କୁହାଯାଇଛି। ଆଜକୁ ୨୧ ବର୍ଷ ପୂର୍ବେ ଜୟଲଳିତାଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରାଯାଇଥିଲା। ୨୦୧୪ରେ ମାମଲାର ଶୁଣାଣି କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ସ୍ବତନ୍ତ୍ର ଅଦାଲତକୁ ସ୍ଥାନାନ୍ତର କରାଯାଇଥିଲା। ଏହି ମାମଲାରେ ଜୟଲଳିତାଙ୍କ ବ୍ୟତୀତ ତାଙ୍କର ତିନି ଘନିଷ୍ଠ ସହଯୋଗୀ ଶଶିକଳା, ସୁଧାକରନ ଓ ଇଲାବରାସିଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ୨୦୧୫ରେ କର୍ଣ୍ଣାଟକ ହାଇକୋର୍ଟ ଏମାନଙ୍କୁ ନିର୍ଦୋଷରେ ଖଲାସ କରିଥିଲେ ସୁଦ୍ଧା ୨୦୧୭ରେ ସୁପ୍ରିମକୋର୍ଟ ଏହି ରାୟକୁ ଖାରଜ କରିଦେଇଥିଲେ। ଜୟଲଳିତାଙ୍କ ଜବତ ସ୍ବର୍ଣ୍ଣାଳଙ୍କାର ତୁରନ୍ତ ତାମିଲନାଡୁ ସରକାରଙ୍କୁ ହସ୍ତାନ୍ତର କରିବାକୁ ଜାନୁଆରୀ ୨୯ରେ ସ୍ବତନ୍ତ୍ର ସିବିଆଇ ଅଦାଲତ କର୍ଣ୍ଣାଟକ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ବର୍ତ୍ତମାନ ଏହି ସ୍ବର୍ଣ୍ଣାଳଙ୍କାରଗୁଡିକୁ ନିଲାମ କରାଯିିବ ବୋଲି ସରକାରୀ ଓକିଲ କିରଣ ଜାଭାଲି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ୨୦୧୪ରେ ଜୟଲଳିତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ କରାଯାଇଥିଲା। ବେଙ୍ଗାଲୁରୁର ଏକ ଅଦାଲତ ସେତେବେଳେ ଜୟଲଳିତାଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୪ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଥିଲେ। ଫଳରେ ଜୟଲଳିତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଜବତ ସମ୍ପତ୍ତି ଫେରିପାଇବାକୁ ଜୟଲଳିତାଙ୍କ ପୁତୁରା ଓ ଝିଆରୀ ଯେଉଁ ମାମଲା ଦାଏର କରିଥିଲେ, ତାହାକୁ ୨୦୨୩ ଜୁଲାଇରେ ଅଦାଲତ ଖାରଜ କରିଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories