ଡେସ୍କ: ମହାକୁମ୍ଭରେ ପୂର୍ବରୁ ଘଟିଥିବା ଦଳାଚକଟା ଘଟଣା ଓ ବୃଦ୍ଧି ପାଉଥିବା ଭିଡକୁ ଦୃଷ୍ଟିରେ ରଖି, ମେଳା ପରିସରରେ ଆଜି ଓ ଆସନ୍ତାକାଲି (ଫେବୃଆରୀ ୧୫ ଓ ୧୬) ଦୁଇ ଦିନ ପାଇଁ ନୋ ଭେହିକିଲ ଜୋନ ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ ମହାକୁଂଭ ମେଳା ପରିସରକୁ କୌଣସି ଯାନବାହାନ ଚଳପ୍ରଚଳ ପାଇଁ ଅନୁମତି ଦିଆଯିବ ନାହିଁ। ଏହା ବ୍ୟତୀତ ଯାତାୟତ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି।
ତେବେ ମହାକୁମ୍ଭ ଯାଉଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ମଧ୍ୟ ଅସୁବିଧାରେ ପଡୁଥିବା ଖବର ପହଁଚୁଛି। ଆକଳନ ଠାରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭ ଯାଉଥିବାରୁ ରାସ୍ତାରେ ହଜାର ହଜାର ଗାଡି ଅଟକି ରହିଥିବା ବେଳେ ଟ୍ରାଫିକ ପରିଚାଳନାରେ ବିଭ୍ରାଟ ଦେଖାଦେଉଥିବା ଜଣାପଡିଛି।



