www.samajalive.in
Sunday, December 14, 2025
19.1 C
Bhubaneswar

ପୂର୍ବ ତୁଳନାରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ ହେବ ବୋଲି କହିଲେ ଟ୍ରମ୍ପ୍

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାକ୍ଷାତ ହୋଇଛି । ହ୍ବାଇଟ୍ ହାଉସରେ ଟ୍ରମ୍ପଙ୍କୁ ଭେଟିଛନ୍ତି ମୋଦୀ । ଉଭୟ ନେତାଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ଦ୍ବିତୀୟ ଥର ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ମୋଦୀ ପ୍ରଥମ ଥର ତାଙ୍କୁ ଭେଟ ହୋଇଛନ୍ତି । ମୋଦୀଙ୍କ ବସିବା ପାଇଁ ଟ୍ରମ୍ପ ପଛପଟୁ ଚେୟାର କାଢୁଥିବା ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାର ମଧ୍ୟ ଦେଖିବାକୁ ମିଳୁଛି ।

- Advertisement -

ଏହି ଯାତ୍ରା ସମୟରେ ଡୋନାଲ୍ଡ ଟ୍ରମ୍ପ ପିଏମ ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି କି ଅନେକ ସମୟ ଧରି ଆମେ ବନ୍ଧୁ ରହିଛୁ । ପୂର୍ବ ଅପେକ୍ଷା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ ହେବ ବୋଲି ଟ୍ରମ୍ପ କହିଛନ୍ତି । ହ୍ବାଇଟ ହାଉସରେ ମୋଦୀଙ୍କ ଉପସ୍ଥିତି ଅତି ସମ୍ମାନର କଥା ବୋଲି ସେ କହିଛନ୍ତି । ଆମ ପାଖରେ ଆଲୋଚନା କରିବା ପାଇଁ ଅନେକ କଥା ଅଛି । ନମ୍ବର ୧  ଏହା କି ସେ ଆମ ଅନେକ ତେଲ ଓ ଗ୍ୟାସ୍ କିଣିବାକୁ ଯାଉଛନ୍ତି । ମୋଦୀ ଭଲ କାମ କରୁଛନ୍ତି ବୋଲି ମଧ୍ୟ ସେ କହିଛନ୍ତି । ଏଥିରେ ପିଏମ ମୋଦୀ ତାଙ୍କ ଆଭାରୀ ବୋଲି କହିବା ସହ ଧନ୍ୟବାଦ ଦେଇଛନ୍ତି । କହିରଖୁଛୁ ଉଭୟଙ୍କ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories