www.samajalive.in
Sunday, December 14, 2025
18.1 C
Bhubaneswar

ଏପ୍ରିଲରୁ ବଢ଼ିପାରେ ବିଜୁଳି ଦର: ୧୭ରୁ ଓଇଆରସିରେ ଶୁଣାଣି

ଭୁବନେଶ୍ବର : ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ବିଦ୍ୟୁତ୍ ଦର ନିର୍ଦ୍ଧାରଣ ଲାଗି ବିଭିନ୍ନ ବିଦ୍ୟୁତ ବିତରଣ କମ୍ପାନୀର ପ୍ରସ୍ତାବ ଉପରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ଶୁଣାଣି କରିବେ। ଏହା ଆସନ୍ତା ୧୭ରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। କମ୍ପାନୀ ଗୁଡ଼ିକର ଯୁକ୍ତିକୁ ଯଦି ଓଇଆରସି ଗ୍ରହଣ କରନ୍ତି ତାହାହେଲେ ଆସନ୍ତା ଏପ୍ରିଲରୁ ବଢ଼ିପାରେ ବିଦ୍ୟୁତ ଶୁଳ୍କ। ଲଗାତାର ତିନିବର୍ଷ ହେଲା ରାଜ୍ୟରେ ବିଦ୍ୟୁତ ଶୁଳ୍କ ବଢ଼ିନାହିଁ। ୨ ବର୍ଷ ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ ରହିଥିବାବେଳେ ଗତବର୍ଷ ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତି ସ୍ଲାବରେ ଖୁଚୁରା ଯୋଗାଣ ଦେୟ ୟୁନିଟ ପିଛା ୧୦ ପଇସା ହ୍ରାସ କରାଯାଇଥିଲା। ସୂଚନା ଅନୁସାରେ, ବିଭିନ୍ନ ବିଦ୍ୟୁତ ବିତରଣ କମ୍ପାନୀ ପକ୍ଷରୁ ଦାଖଲ କରାଯାଇଥିବା ପ୍ରସ୍ତାବ ଉପରେ ଆସନ୍ତା ୧୭ ତାରିଖରୁ ଓଇଆରସିରେ ଶୁଣାଣି ହେବ। ଭୁବନେଶ୍ବର ଶୈଳଶ୍ରୀ ବିହାରସ୍ଥିତ ଆୟୋଗଙ୍କ କାର୍ଯ୍ୟାଳୟରେ ୨୭ ତାରିଖ ପର୍ଯ୍ୟନ୍ତ ଏହି ଶୁଣାଣି ଜାରି ରହିବ। ୧୭ ତାରିଖ ଦିନ ୧୧ଟାରେ ଓଏଚ୍‌ପିସି ଏବଂ ଅପରାହ୍ଣ ୩ଟା‌େ‌ର ଓପିଜିସିର ଆବେଦନ ଉପରେ ତର୍ଜମା କରାଯିବ। ସେହିପରି ୧୮ରେ ଓପିଟିସିଏଲ ଏବଂ ଏସ୍‌ଏଲ୍‌ଡିସି, ୧୯ରେ ଗ୍ରିଡକୋ, ୨୦ରେ ଟିପିଏସ୍‌ଓଡିଏଲ, ୨୪ରେ ଟିପିଏନ୍‌ଓଡିଏଲ, ୨୫ରେ ଟିପିସିଓଡିଏଲ୍‌ ଏବଂ ୨୭ରେ ଟିପିଡବ୍ଲ୍ୟୁଓଡିଏଲ୍‌ ଆବେଦନର ଶୁଣାଣି ହେବ। ଆୟୋଗଙ୍କ କାର୍ଯ୍ୟାଳୟର ରିସେପସନ୍ ଡେସ୍କରୁ ଭିଜିଟର୍ସ ପାସ୍‌ ନେଇ ସାଧାରଣ ଲୋକ ଶୁଣାଣିରେ ଅଂଶଗ୍ରହଣ କରିପାରିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟରେ ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ୫୦ ୟୁନିଟ ପର୍ଯ୍ୟନ୍ତ ୨ ଟଙ୍କା ୯୦ ପଇସା, ୫୧ରୁ ୨୦୦ ୟୁନିଟ ପର୍ଯ୍ୟନ୍ତ ୪ ଟଙ୍କା ୭୦ ପଇସା, ୨୦୦ରୁ ୪୦୦ ୟୁନିଟ ପର୍ଯ୍ୟନ୍ତ ୫ ଟଙ୍କା ୭୦ ପଇସା ଏବଂ ୪୦୦ରୁ ଅଧିକ ୟୁନିଟ କ୍ଷେତ୍ରରେ ୟୁନିଟ୍ ପିଛା ୬ ଟଙ୍କା ୧୦ ପଇସା ରହିଛି। ବିଦ୍ୟୁତ୍ ଦର ବଢ଼ାଇବାକୁ କେତେକ କମ୍ପାନୀ ପ୍ରସ୍ତାବ ରଖିଥିବା ସୂଚନା ମିଳିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories