www.samajalive.in
Saturday, December 6, 2025
14.1 C
Bhubaneswar

ଆଜିଠୁ ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ୱର : ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ। ପ୍ରଥମ ଅଧିବେଶନ ଆଜିଠୁ ଫେବୃଆରୀ ୨୧ ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ରୁ ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ରାଜ୍ୟପାଳ ଗୃହରେ ଉଦଘାଟନୀ ଅଭିଭାଷଣ ରଖିବେ। ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ୧୭ତାରିଖରେ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ବଜେଟ ଉପରେ ସାଧାରଣ ଆଲୋଚନା ଶେଷ ହେବା ପରେ ଫେବୃଆରୀ ୨୨ରୁ ଅଧିବେଶନ ସ୍ଥଗିତ ରହିବ। ମାର୍ଚ୍ଚ ୭ରୁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇ ଏପ୍ରିଲ ୫ ପର୍ଯ୍ୟନ୍ତ ଚାଲିବ। ବଜେଟ୍‌ ଅଧିବେଶନ ପୂର୍ବରୁ ବୁଧବାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜଭବନରେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଗୃହରେ ଶାସକ ବିଜେପିକୁ ଘେରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତି କରିଛନ୍ତି। ବୈଠକରେ ଧାନ ମଣ୍ଡି ଅବ୍ୟବସ୍ଥା, କଟନୀ-ଛଟନୀ, ପୁରୀ ଜିଲାରେ ଝାଡ଼ାବାନ୍ତି, ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଭାରତ-ଇଂଲଣ୍ଡ ଏକଦିବସୀୟ ମ୍ୟାଚ୍‌ରେ ଅବ୍ୟବସ୍ଥା, ଟିକଟ କଳାବଜାର, ବାତ୍ୟାରେ ଓଡ଼ିଶାକୁ କେନ୍ଦ୍ରର ଅବହେଳା, ବଜେଟରେ ଓଡ଼ିଶାକୁ ପ୍ରାଧାନ୍ୟ ନ ଦେବା, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସମେତ ଏକାଧିକ ପ୍ରସଙ୍ଗ ବିଧାନସଭାରେ ଉଠାଇବାକୁ ନିଷ୍ପତ୍ତି ହୋଇଥିବା ବିଧାୟକ ଗଣେଶ୍ବର ବେହେରା କହିଛନ୍ତି। ସେହିପରି କଂଗ୍ରେସର ମୁଖ୍ୟ ସଚେତକ ରାମଚନ୍ଦ୍ର କାଡ଼ାମ ମଧ୍ୟ ବିଧାନସଭାରେ ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ବିଧାନସଭାରେ ଉଠାଇ‌େ‌ବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏହାର ସଠିକ୍‌ ମୁକାବିଲା କରିବା ସହ ବିରୋଧୀଙ୍କୁ ଜବାବ ରଖିବା ଲାଗି ଶାସକ ଦଳ ପ୍ରସ୍ତୁତ ଥିବା ବିଜେପି ପକ୍ଷରୁ କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories