www.samajalive.in
Monday, December 15, 2025
14.1 C
Bhubaneswar

ଲାଗିଲା ମାଓ ପୋଷ୍ଟର, ୨୪ ଘଣ୍ଟିଆ ବନ୍ଦ ଡାକରା

କଲ୍ୟାଣସିଂହପୁର : ଆସନ୍ତାକାଲି ଅର୍ଥାତ୍ ୧୩.୦୨.୨୦୨୫ ରେ ଓଡ଼ିଶା ଓ ପୂର୍ବ ଛତିଶଗଡ଼ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି ନକ୍ସଲ ସଙ୍ଗଠନ । ଏକ ପୋଷ୍ଟର ମାରି ସଙ୍ଗଠନ ବନ୍ଦ ଡାକରା ଦେବା ସହ ଏହାକୁ ସଫଳ କରିବାକୁ ନିବେଦନ କରିଛି । ଏଥିରେ ପ୍ରବକ୍ତା ଚକରା ଓଡ଼ିଶା ରାଜ୍ୟ କମିଟି ବୋଲି ଦର୍ଶାଯାଇଛି। ଛତିଶଗଡ଼ ଗରିଆବନ୍ଧ ଜିଲା କୁଲାରିଘାଟ ଜଙ୍ଗଲରେ ୧୬ ମାଓବାଦୀଙ୍କ ବୀଭସ୍ୟ ହତ୍ୟାକୁ ନିନ୍ଦା କରାଯାଇଛି ।

ଜାନୁଆରୀ ସୁଦ୍ଧା ୩୩୫ ଜଣଙ୍କୁ ହତ୍ୟା କରାଯାଇଛି ଯେଉଁଥିରେ ୯୦ରୁ ଅଧିକା ଗ୍ରାମୀଣ ଆଦିବାସୀ ଅଛନ୍ତି । ପ୍ରତି ଏନକାଉଣ୍ଟର ପୁଲିସର ବଡ଼ ସଫଳତା ବୋଲି ଦର୍ଶାଯାଇଛି । ଏଣୁ ଏହା ବିରୋଧରେ ଫେବୃଆରୀ ୧୩ କୁ ୨୪ ଘଣ୍ଟିଆ ଓଡ଼ିଶା ଓ ପୂର୍ବ ଛତିଶଗଡ଼ ବନ୍ଦ ସଫଳ କରିବାକୁ ପୋଷ୍ଟରରେ ନିବେଦନ କରାଯାଇଛି । ଦେଶର ବଡ଼ବଡ଼ କର୍ପୋରେଟର କମ୍ପାନୀଙ୍କ ମନମୁଖୀ ଲୁଟର ସ୍ବାର୍ଥରେ ବିକଶିତ ଭାରତ ନାମରେ ୨୦୪୭ ସୁଦ୍ଧା ଭାରତକୁ ହିନ୍ଦୁରାଷ୍ଟ୍ର ବନାଇବା ଲକ୍ଷ୍ୟ ରଖିଛି ବିଜେପି। ଘରୋଇକରଣ ନାଁରେ ଦେଶର ପ୍ରାକୃତିକ ସମ୍ପଦ ଶିଳ୍ପକୁ କଉଡ଼ି ମୂଲ୍ୟରେ ପୋସ୍କୋ ,ବେଦାନ୍ତ, ଆଦାନୀ, ଅମ୍ବାନୀ ଓ ଜିନ୍ଦଲକୁ ପ୍ରଦାନ କରାଯାଉଛି ବୋଲି ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଅନ୍ୟପଟେ ଏହି ପୋଷ୍ଟରକୁ ନେଇ ପ୍ରଶାସନିକ ପ୍ରତିକ୍ରିୟା ମିଳିପାରିନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories