ଫୁଲବାଣୀ: କନ୍ଧମାଳ ଜିଲ୍ଲା ଡୁଡୁକି ଗ୍ରାମପଞ୍ଚାୟତ କୌଲିପାଙ୍ଗା ଗ୍ରାମରେ ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ପନୁଆ ଦିଗାଲଙ୍କ ଘର ପୋଡ଼ିଯାଇଛି। ଘରେ ନିଆଁ ଲାଗିଯିବା ଦେଖି ପନୁଆ ନିକଟ ଦମକଳ ବାହିନୀକୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ। ହେଲେ ପାଖାପାଖି ୩୦ କିଲୋମିଟର ଦୂରରୁ ଦମକଳବାହିନୀ ଆସି ପହଞ୍ଚିବା ବେଳକୁ ତାଙ୍କ ଘର ସମ୍ପୂର୍ଣ୍ଣ ଜଳିଯାଇଥିଲା। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ନଷ୍ଟ ହୋଇଯାଇଛି। ମାସକ ପରେ ପୁଅର ବାହାଘର ଥିବାରୁ ଘରେ ରଖିଥିବା କିଛି ଟଙ୍କା ମଧ୍ୟ ପୋଡ଼ିଯାଇଥିବା ଜଣାପଡିଛି। ଖବର ପାଇ ଗ୍ରାମୀଣ ମଣ୍ଡଳ ଫୁଲବାଣୀ ସାଂସଦ ପ୍ରତିନିଧି ରାଜେନ୍ଦ୍ର ମାଝୀ ସହଯୋଗୀମାନଙ୍କ ସହ ଦିଗାଲଙ୍କ ଘରେ ପହଞ୍ଚିବା ସହିତ ସ୍ଥାନୀୟ ଆରଆଇଙ୍କୁ ଯୋଗାଯୋଗ କରି ଉଚିତ୍ କ୍ଷତିପୂରଣ ଦେବାକୁ କହିଛନ୍ତି।
Popular Categories



