www.samajalive.in
Monday, December 15, 2025
14.1 C
Bhubaneswar

ବର୍ଷକ ମଧ୍ୟରେ ଶ୍ରୀହୀନ ଶ୍ରୀଦାଣ୍ଡ: ପାଦଚଲା ରାସ୍ତା, ପାନୀୟ ଜଳ ବ୍ୟବସ୍ଥା ଓ ଜୋତା ଷ୍ଟାଣ୍ଡ କାର୍ଯ୍ୟ ଆରମ୍ଭ ହୋଇନି

ପୁରୀ: ନିର୍ମାଣର ମାତ୍ର ବର୍ଷକ ମଧ୍ୟରେ ଶ୍ରୀହୀନ ଦେଖାଯାଉଛି ଶ୍ରୀଦାଣ୍ଡ। ରାସ୍ତାର ବିଭିନ୍ନ ସ୍ଥାନରୁ ପେଭର ବ୍ଲକ ଉଠି ଯାଇଥିବାବେଳେ ପ୍ରକଳ୍ପରେ ଥିବା ପାଦଚଲା ରାସ୍ତା, ପାନୀୟ ଜଳ ବ୍ୟବସ୍ଥା ଏବଂ ଜୋତାଷ୍ଟାଣ୍ଡ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଆରମ୍ଭ ହୋଇପାରି ନାହିଁ। ରାସ୍ତା ପାର୍ଶ୍ବରେ ଲାଗିଥିବା ଗଛ ରକ୍ଷଣାବେକ୍ଷଣ ଅଭାବରୁ ମରିବାକୁ ବସିଲାଣି। ଖଣ୍ଡେଲାଇଟ ପଥରରେ ତିଆରି ବିଭିନ୍ନ ମୂଲ୍ୟବାନ କଳାକୃତି ବିନା ପିଣ୍ଡିରେ ରାସ୍ତା ପାର୍ଶ୍ବରେ ପଡ଼ି ରହିଛି।
ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ବର୍ଷ ସାରା ପ୍ରବଳ ଭିଡ଼ ଜମିଥାଏ। ରଥଯାତ୍ରା ବେଳେ ଶ୍ରୀକ୍ଷେତ୍ରର ସମସ୍ତ ଗଳିକନ୍ଦିରେ ଭିଡ଼ ପରିଲକ୍ଷିତ ହୁଏ। ଭିଡ଼ କମ୍‌ କରିବା ସହ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ନିକଟରେ ସୁବିଧାରେ ପହଞ୍ଚାଇ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀଦାଣ୍ଡ ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ପ୍ରାୟ ୪୦ଫୁଟ ଓସାର ଏବଂ ୭୫୦ମିଟର ଲମ୍ବ ରାସ୍ତା ଜଗନ୍ନାଥ ବଲ୍ଲଭ ବହୁତଳ ଯାନ ରହଣିସ୍ଥଳରୁ ଆରମ୍ଭ ହୋଇ ଦୋଳବେଦୀ କୋଣରେ ଶେଷ ହୋଇଥିଲା। ଏହି ରାସ୍ତା ପ୍ରକଳ୍ପ ୨ଥାକିଆ ହେବା ସହ ଉଭୟ ପାର୍ଶ୍ବରେ ଗଛ ଲାଗିବା, ପଥଚାରୀଙ୍କ ପାଇଁ ୨ପାର୍ଶ୍ବରେ ପାଦଚଲା ରାସ୍ତା ନିର୍ମାଣ, ଶ୍ରଦ୍ଧାଳୁଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ଏବଂ ଜୋତାଷ୍ଟାଣ୍ଡର ବ୍ୟବସ୍ଥା ରହିଥିଲା। ପ୍ରକଳ୍ପ ପାଇଁ ତତ୍କାଳୀନ ରାଜ୍ୟ ସରକାର ପ୍ରାୟ ୧୬କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଥିଲେ। ଏହି ରାସ୍ତା ନିର୍ମାଣ ଶେଷ ହେବା ପରେ ବଡ଼ ଦାଣ୍ଡରେ ଯାନ ରହଣି ପାଇଁ ଥିବା ଅବ୍ୟବସ୍ଥା ଦୂର ହେବା ସହ ଭିଡ଼କୁ ଅନେକ ମାତ୍ରାରେ ନିୟନ୍ତ୍ରଣ କରାଯାଇ ପାରିବା ଭଳି ବ୍ୟବସ୍ଥା ରହିଥିଲା। ବିଶେଷ କରି ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ବୀରହରେକୃଷ୍ଣପୁରଠାରୁ ୩୧୬ନଂ ଜାତୀୟ ରାଜପଥର ବାଇପାସ୍‌ରେ ଆସି ଶ୍ରୀଜଗନ୍ନାଥ ବଲ୍ଲଭ ଯାନ ରହଣିସ୍ଥଳରେ ଗାଡ଼ି ରଖି ଇଲେକ୍ଟ୍ରିକ୍‌ ଗାଡ଼ିରେ ମାତ୍ର ୧୦ମିନିଟ ମଧ୍ୟରେ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ବ୍ୟବସ୍ଥା କରାଯାଇଥିଲା। ଦର୍ଶନ ଶେଷ ହେବା ପରେ ଉତ୍ତର ଦ୍ୱାରରେ ପ୍ରସ୍ଥାନ କରି ପୁନର୍ବାର ଇଲେକ୍ଟ୍ରିକ୍‌ ଗାଡ଼ିରେ ବସି ଜଗନ୍ନାଥ ବଲ୍ଲଭ ଯାନ ରହଣିସ୍ଥଳରେ ପହଞ୍ଚି ନିଜ ଗନ୍ତବ୍ୟ ସ୍ଥଳକୁ ଯାଇ ପାରିବେ ବୋଲି ସ୍ଥିର କରାଯାଇଥିଲା।
ବର୍ତ୍ତମାନ ସୁଦ୍ଧା କେବଳ ରାସ୍ତା ନିର୍ମାଣ ଶେଷ ହୋଇଥିବା ବେଳେ ଅନ୍ୟ ସବୁ କାର୍ଯ୍ୟ କୌଣସି କାରଣ ପାଇଁ ଆରମ୍ଭ ହୋଇପାରି ନାହିଁ। ବର୍ଷକ ମଧ୍ୟରେ ରାସ୍ତାରେ ବିଛାଯାଇଥିବା ପେଭର ବ୍ଲକ ଉଠି ଯାଇ ଶ୍ରୀକ୍ଷେତ୍ରର ଶ୍ରୀଦାଣ୍ଡ ଶ୍ରୀହୀନ ଦେଖାଯାଉଛି। କେବଳ ୪୦ଫୁଟ ଓସାର ଏବଂ ୭୫୦ ମିଟର ଲମ୍ବ ରାସ୍ତା ନିର୍ମାଣକୁ ଛାଡ଼ିଦେଲେ ପଥଚାରୀଙ୍କ ପାଇଁ ପାଦଚଲା ରାସ୍ତା, ଡ୍ରେନେଜ ବ୍ୟବସ୍ଥା ଏବଂ ଉଭୟ ପାର୍ଶ୍ବରେ ସୁରକ୍ଷା ବାଡ଼ ନିର୍ମାଣ ଆରମ୍ଭ ହୋଇପାରିନି। ଉଭୟ ପାର୍ଶ୍ବରେ ଲାଗିବାକୁ ଥିବା ମୂଲ୍ୟବାନ ଗଛଗୁଡ଼ିକ ଗୋଟିଏ ସ୍ଥାନରେ ରଖାଯାଇଥିବାବେଳେ ରକ୍ଷଣାବେକ୍ଷଣ ଅଭାବରେ ମରିଯିବାକୁ ବସିଲାଣି। ଅନ୍ୟପକ୍ଷରେ ଖଣ୍ଡେଲାଇଟ୍‌ ପଥରରେ ନିର୍ମିତ ଅନେକ ମୂଲ୍ୟବାନ କଳାକୃତି ବିନା ପିଣ୍ଡିରେ ମାଟିରେ ପଡ଼ି ରହିଛି। ଏନେଇ ସ୍ଥାନୀୟ ଲୋକଙ୍କ ସମେତ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିର୍ମାଣ ଦାୟିତ୍ବରେ ଥିବା ଓଡ଼ିଶା ସେତୁ ନିର୍ମାଣ ନିଗମର ଯନ୍ତ୍ରୀ ଇଂ. ଗିରିଜା ନାୟକ କହିଛନ୍ତି, ବାକି ଥିବା କାର୍ଯ୍ୟ ପ୍ରମୋଦ ଉଦ୍ୟାନ ପ୍ରକଳ୍ପ ଆରମ୍ଭ ବେଳେ ଶେଷ କରାଯିବ। ଦୁଇ ପାର୍ଶ୍ବରେ ଥିବା ଗଛଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories