www.samajalive.in
Saturday, December 6, 2025
15.1 C
Bhubaneswar

୮ ଲକ୍ଷ ଚାକିରିଆ, କରଦାତା ନେଇଛନ୍ତି ରେସନ କାର୍ଡ

ଭୁବନେଶ୍ବର : ଅଯୋଗ୍ୟ ଓ ଭୂତ ରେସନକାର୍ଡ ହିତାଧିକାରୀଙ୍କ ସଂଖ୍ୟା ଜାଣିବା ପାଇଁ ରାଜ୍ୟ ସରକାର ରେସନ କାର୍ଡ ସହିତ ଇ-କେୱାଇସି ଅପଡେଟ୍‌ କରୁଥିବା ବେଳେ ଅଦ୍ୟାବଧି ୩୭ ଲକ୍ଷ ୮୫ ହଜାର ୪୯୬ ହିତାଧିକାରୀ ଇ-କେୱାଇସି ଅପଡେଟ୍‌ କରିନାହାନ୍ତି। ଅପଡେଟ୍‌ ଅବଧି ଶେଷ ସମୟ ସୀମା ଫେବୃଆରୀ ୧୫ ରହିଛି। ଏହାରି ଭିତରେ ଇ-କେୱାଇସି ନକଲେ କାର୍ଡ କଟିଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଶ୍ରୀ ପାତ୍ର କହିଛନ୍ତି, ଅପଡେଟ ଅବଧି ବହୁଥର ବୃଦ୍ଧି କରାଯାଇଛି; କିନ୍ତୁ ଫେବୃଆରୀ ୧୫ ପରେ ଆଉ ଅପଡେଟ୍‌ ଅବଧି ବୃଦ୍ଧି କରାଯିବ ନାହିଁ। ୧୫ତାରିଖ ସୁଦ୍ଧା ଯେଉଁ ହିତାଧିକାରୀ ଅପଡେଟ ନକରିବେ ସେମାନଙ୍କ କାର୍ଡ କଟିଯିବ। ଯେଉଁ ହିତାଧିକାରୀ ଇ-କେୱାଇସି କରିବେ ନାହିଁ ସେମାନେ କାର୍ଡ ଦାଖଲ କରିଥିବା ଧରି ନିଆଯିବ। ୮ଲକ୍ଷ ହିତାଧିକାରୀ ଚାକିରିଆ ଓ ଆୟକରଦାତା କାର୍ଡ ହାତେଇଛନ୍ତି। ଏଥିରୁ ୧୨ ହଜାର ଚାକିରିଆ ଓ ବଡ଼ବଡ଼ିଆ କାର୍ଡ ଫେରସ୍ତ କରିଥିବା ବେଳେ ଅବଶିଷ୍ଟ କାର୍ଡ ବିଭାଗ ପାଖକୁ ଫେରସ୍ତ ଆସିନାହିଁ। ତଥାପି ଯଦି ଅଯୋଗ୍ୟମାନେ କାର୍ଡ ନଫେରାଇବେ ତେବେ ସରକାର ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବେ। ଯେଉଁ ୮ଲକ୍ଷ ଆୟକରଦାତା କାର୍ଡ ନେଇଥିଲେ ସେମାନେ ସ୍ବାସ୍ଥ୍ୟ କାର୍ଡ ପାଇବା ଆଶାରେ କାର୍ଡ ହାତେଇ ଥିଲେ। ଯେଉଁ ହିତାଧିକାରୀ କଟିବେ ସେହି ସ୍ଥାନରେ ନୂଆ ହିତାଧିକାରୀଙ୍କୁ ଯୋଡ଼ାଯିବ। ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ନୂଆ ହିତାଧିକାରୀ ଆବେଦନ କରିଛନ୍ତି। ଏହି ରେସନ କାର୍ଡ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଧନୀଶାଳୀ ଲୋକ କାର୍ଡ ହାତେଇଛନ୍ତି। ଶିକ୍ଷକ, ଅଧ୍ୟାପକ, ଓଏଏସ, ଡାକ୍ତର ଆଦି ଚାକିରିଆ ରେସନ କାର୍ଡ ନେଇଥିବା ବେଳେ ଆୟକର ଦାଖଲ କରୁଥିବା ଅନେକ ଲୋକ ମଧ୍ୟ ଚଞ୍ଚକତା କରି କାର୍ଡ ନେଇଛନ୍ତି। ଯେଉଁ ସରକାରୀ ଚାକିରିଆ ଏବଂ ଆୟକର ଦାଖଲ କରୁଥିବା ହିତାଧିକାରୀ କାର୍ଡ ନେଇଛନ୍ତି ସେମାନେ ଫେରସ୍ତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ନିର୍ଦ୍ଧାରିତ ତାରିଖ ମଧ୍ୟରେ ଅଯୋଗ୍ୟ ହିତାଧିକାରୀ କାର୍ଡ ଫେରସ୍ତ କଲେ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ହିତାଧିକାରୀ ତାଲିକାରେ ୩୦ରୁ ୪୦ ହଜାର ଟଙ୍କା ଦରମା ପାଉଥିବା ଅଯୋଗ୍ୟ ରେସନ କାର୍ଡ ହିତାଧିକାରୀ ରହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories