ଜାଲ୍ ନୋଟ୍ ଜମାକାରୀ ଗିରଫ

0

ବାଲେଶ୍ବର: ବାଲେଶ୍ବର ଜିଲା ସିମୁଳିଆ ଥାନା ଖୀରକୋଣା ସମବାୟ ସମିତିରେ ଜଣେ ଜମାକରୀ ଜାଲ୍ ନୋଟ୍ ଜମା କରୁଥିବା ନେଇ ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣଙ୍କ ହେଲେ ବିଷ୍ଣୁ ନାୟକ ଏବଂ ତାଙ୍କ ନିକଟରୁ ଭିତରେ ୨୨ଟି ଦୁଇ ହଜାର ଟଙ୍କିଆ ଜାଲ ନୋଟ ଜବତ ହୋଇଛି । ସମବାୟ ସମିତିର ସଂପାଦକ ଅଚ୍ୟୁତ ନନ୍ଦ ଦାସଙ୍କ ସନ୍ଦେହ ହେବାରୁ ଏନେଇ ପୁଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ସିମୁଳିଆ ଆଇଆଇସି ପହଞ୍ଚି ବିଷ୍ଣୁକୁ ଗିରଫ କରିଛି । ସେ ଏହି ଜାଲ୍‌ ନୋଟ୍‌ କେଉଁଠୁ ଆଣିଲେ ଏବଂ ଏହି ଘଟଣାରେ ଆଉ  କିଏ ସଂପୃକ୍ତ ଅଛନ୍ତି ପୁଲିସ ଏନେଇ ଖୋଳତାଡ଼ ଆରମ୍ଭ କରିଛି ।

Leave A Reply