www.samajalive.in
Sunday, December 14, 2025
19.1 C
Bhubaneswar

ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତର ଅଭାବ, ରୋଗୀସେବା ବ୍ୟାହତ

ଚମ୍ପୁଆ:ଦୁଇଦିନ ହେବ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ  ଡାକ୍ତର ଅଭାବ ଲାଗି ରହିଥିବାବେଳେ ଏହି ସମସ୍ୟାର ସମାଧାନ ପାଇଁ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେଉନଥିବା ପରିଲକ୍ଷିତ ହୋଇଛି। ଚମ୍ପୁଆ ଉପଖଣ୍ଡ ଡାକ୍ତର ଖାନାରେ ଦୀର୍ଘ ଦୁଇ ବର୍ଷ ହେବ ସ୍ତ୍ରୀ ଏବଂ ପ୍ରସୂତି ବିଭାଗରେ ନିୟମିତ ଡାକ୍ତର ନଥିବା ବେଳେ ଡେପୁଟେସନରେ ଡାକ୍ତର କେନ୍ଦୁଝର ଓ ଅନ୍ୟ ଡାକ୍ତରଖାନାରୁ ଆସି ରୋଗୀ ସେବା କରୁଛନ୍ତି। ତେବେ ଗତ ଦୁଇ ଦିନ ହେବ ଏଠାକୁ ଡେପୁଟେସନରେ ଥିବା ଡାକ୍ତର ଆସୁନ ଥିବା ଯୋଗୁଁଁ ରୋଗୀ ସେବାରେ ବ୍ୟାହତ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ ଯେ ଚମ୍ପୁଆ ଉପଖଣ୍ଡ ଡାକ୍ତର ଖାନାରେ ଚମ୍ପୁଆ ଉପଖଣ୍ଡ ସହିତ ଝାଡଖଣ୍ଡ ମୟୁରଭଞ୍ଜର ଶହ ଶହ ରୋଗୀ ନିର୍ଭର କରିଥାନ୍ତି। ଏହି ଡାକ୍ତରଖାନାରେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୨୦ ଶଯ୍ୟା ରହିଥିବା ବେଳେ ଗରିବ ରୋଗୀଙ୍କ ପାଇଁ ଏକ ୬ ଶଯ୍ୟା ବିଶିଷ୍ଟ ମା’ ଗୣହ ରହିଛି। ଏଠାରେ ଦୁଇଟି ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଡାକ୍ତର ପଦବୀ ରହିଥିବା ବେଳେ ଦୀର୍ଘ ଦୁଇବର୍ଷ ରୁ ଅଧିକ ହେବ ଏହି ପଦବୀ ଖାଲି ପଡ଼ିଛି। ଦୈନିକ ପାଳିରେ ଡେପୁଟେସନରେ ଅନ୍ୟ ଡାକ୍ତର ଖାନାରୁ ଡାକ୍ତର ଆସି ଏଠାରେ ସେବା ଯୋଗାଉଛନ୍ତି।

- Advertisement -

ଗତ ଦୁଇଦିନ ହେବ ଏହି ଡାକ୍ତରଖାନାକୁ ସ୍ତ୍ରୀ ଏବଂ ପ୍ରସୂତି ବିଭାଗ ଡାକ୍ତର ଆସୁନାହାନ୍ତି। ଫଳରେ ଏହି ଡାକ୍ତରଖାନାରେ ରୋଗୀସେବା ବ୍ୟାହତ ହୋଇଛି। ଦୈନିକ ଗର୍ଭବତୀ ମହିଳା, ସ୍ୱାସ୍ଥ୍ୟ ପରୀକ୍ଷା ସହିତ ପ୍ରସୂତିକାଳୀନ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତେବେ ଜିଲା ତଥା ରାଜ୍ୟସରକାରଙ୍କୁ ଆମେ ଏ ସମ୍ବନ୍ଧରେ ଅବଗତ କରିଛୁ ବୋଲି ଉପଖଣ୍ଡ ଅଧୀକ୍ଷକ ଡା.ଉମାକାନ୍ତ ସାହୁ ପ୍ରକାଶ କରିଛନ୍ତି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories