www.samajalive.in
Saturday, December 6, 2025
15.1 C
Bhubaneswar

୧୨ରେ ମୋଦୀଙ୍କ ଆମେରିକା ଗସ୍ତ

ନୂଆଦିଲ୍ଲୀ : ଆମେରିକାରୁ ଭାରତୀୟଙ୍କ ନିର୍ବାସନକୁ ନେଇ ବିବାଦ ଲାଗି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୨ ଓ ୧୩ ତାରିଖ ରେ ଦୁଇଦିନିଆ ଆମେରିକା ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ଚୂଡାନ୍ତ ହୋଇଥିବା ନେଇ ବୈଦେଶିକ ମନ୍ତ୍ରଣାଳୟ ସଚିବ ବିକ୍ରମ ମିଶ୍ରିଙ୍କ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ଏହି ଦୁଇ ଦିନିଆ ଆମେରିକା ଗସ୍ତ କରୁଥିବା ସେ କହିଛନ୍ତି। ଟ୍ରମ୍ପ ଦ୍ବିତୀୟ ଥର ପାଇଁ  ଆମେରିକାର ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ପରେ ମୋଦୀଙ୍କ ସହିତ ତାଙ୍କର ପ୍ରଥମ ସାକ୍ଷାତ ଆଲୋଚନା ହେବ। ଏହି ସାକ୍ଷାତ କାଳରେ ମୋଦୀ ଟିକସ କଟକଣା ସମ୍ପର୍କରେ ଟ୍ରମ୍ପଙ୍କ ସହିତ କଥାବାର୍ତ୍ତା କରିବେ। ଜାନୁଆରୀ ୨୦ରେ ଟ୍ରମ୍ପ ତାଙ୍କର ଦ୍ବିତୀୟ ପାଳି ସରକାର ଆରମ୍ଭ କରିଥିବାବେଳେ ପ୍ରଥମ ବିଦେଶୀ ନେତା ଭାବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତାଙ୍କୁ ବୁଧବାର ସାକ୍ଷାତ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories