ନାଟକ ‘ତୋ କଥାରେ’ ମଞ୍ଚସ୍ଥ

ଭୁବନେଶ୍ଵର: ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ମଞ୍ଚସ୍ଥ ହୋଇଯାଇଛି ନାଟକ ‘ତୋ କଥାରେ’। କୁମାର ଥିଏଟର ଦ୍ୱାରା ପ୍ରସ୍ତୁତ ଏହି ନାଟକରେ ଯୁବପିଢିଙ୍କ ବର୍ତ୍ତମାନର ମାନସିକ ସ୍ଥିତି, ଅଭିବୃଦ୍ଧି ଓ ଅଗ୍ରଗତିକୁ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ନିର୍ଦ୍ଦେଶକ। ବର୍ତମାନର ଯୁବପିଢ଼ି ସଠିକ ମାର୍ଗଦର୍ଶନ ନ ପାଇ ଭୁଲ ବାଟକୁ ଚାଲି ଯାଉଛନ୍ତି। ତେବେ ସଠିକ ମାର୍ଗରେ ଚାଲିବା ବି ସମ୍ଭବ। ଏହି ମୁଖ୍ୟ କଥାବସ୍ତୁକୁ ନେଇ ପର୍ଯ୍ୟବଶିତ, ‘ତୋ କଥାରେ’ ନାଟକରେ ନିର୍ଦ୍ଦେଶକ ଭାବେ ଉତ୍ତମ ବେଉରା ଥିବାବେଳେ, ସଙ୍ଗୀତ ରଚନା ପ୍ରତାପ ରାଉତ, ଅଭିନୟରେ କରୁଣା କର, ସୁନୀଲ, ବିଧାନ, ଡ.ମାନସ, ଅଜୟ, ଦୀପକ ଓ ବନ୍ଦନା ଅଛନ୍ତି। ନାଟ୍ୟ ନିର୍ଦ୍ଦେଶକ ଲାଲା ବିରେନ ରାୟ, ‘ସୃଜନୀ’ ସମ୍ପାଦକ ଚିତ୍ତରଞ୍ଜନ ରାୟ ମହାପାତ୍ରଙ୍କ ଦ୍ବାରା ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା।
Comments are closed.