ସମ୍ବଲପୁର: ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ – ୨ ଜାଇକା ପକ୍ଷରୁ ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସମ୍ବଲପୁର ଜିଲା ସାଲେସିଂ ବନ ସୁରକ୍ଷା ସମିତିଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ ଦଳ, ବନ ସୁରକ୍ଷା ସମିତି ଓ ସ୍ୱୟଂ ସହାୟକ ଗୋଷ୍ଠୀ ଜାଇକା ଟିମକୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। କାର୍ଯ୍ୟକ୍ରମରେ ସମିତିର ସଭାପତି ଭଗିରଥ ବଢ଼େଇ ସ୍ୱାଗତ ଭାଷଣ ଦେବା ସହିତ ସମିତି ଦ୍ୱାରା କରାଯାଇଥିବା ବୃକ୍ଷରୋପଣ, ଜୀବନ ଜୀବିକା, ଗୋଷ୍ଠୀ ବିକାଶ ଓ ମହିଳା ମାନଙ୍କ ରୋଜଗାରକ୍ଷମ କାର୍ଯ୍ୟକ୍ରମର ସଫଳତା ଉପରେ ସୂଚନା ପ୍ରଦାନ କରିଥିଲେ। ଜାପାନ ସରକାରଙ୍କ ତରଫରୁ ବିନୀତ ଏସ. ସରିନ ଓ ୟୋକାରୀ ଇନାଗାକିସାନ ପ୍ରମୁଖଙ୍କ ଏକ ପ୍ରତିନିଧି ଦଳ ଏହି ପ୍ରକଳ୍ପ ସମୀକ୍ଷାରେ ଯୋଗଦେଇ ୫୨ ହେକ୍ଟର ପରିମିତ ଜଙ୍ଗଲରେ ହୋଇଥିବା ବୃକ୍ଷରୋପଣ, ବିଭିନ୍ନ ଜୀବନ ଜୀବିକା କାର୍ଯ୍ୟକ୍ରମ ଓ ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକ ଦ୍ୱାରା ଉତ୍ପାଦିତ ଶୁଖିଲା ଖାଦ୍ୟ ଷ୍ଟଲଗୁଡିକୁ ପରିଦର୍ଶନ କରିଥିଲେ । ବନ ସହାୟିକା ଜ୍ୟୋତି ସେଠ, ଝଲି ନାଏକ, ଓକିଲ ପ୍ରଧାନ, ଦାଶରଥି ଭୋଇ, ରୋହିଣୀ ପାତ୍ର ପ୍ରମୁଖଙ୍କଠାରୁ ସଫଳତା ବିଷୟରେ ଅବଗତ ହୋଇଥିଲେ। କାର୍ଯ୍ୟକ୍ରମରେ ଓଡିଶା ଜଙ୍ଗଲ ବିଭାଗ ପକ୍ଷରୁ ଯୁଗ୍ମ ପ୍ରକଳ୍ପ ନିର୍ଦ୍ଦେଶକ ସ୍ୱୟଂ ମଲ୍ଲିକ, ପ୍ରକଳ୍ପ ପରିଚାଳକ ଅତୁଲ ଜିନ୍ଦଲ, ଆଞ୍ଚଳିକ ବନ ସଂରକ୍ଷକ ଟି. ଅଶୋକ କୁମାର, ବନଖଣ୍ଡ ଅଧିକାରୀ କାଲୁଙ୍ଗେ ଗୋରେଖ ଓମାନ ପ୍ରମୁଖ ଯୋଗଦେଇ ପ୍ରକଳ୍ପ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ। ଏହି ଅବସରରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ – ୨ ଭୁବନେଶ୍ୱରରୁ କ୍ଲଷ୍ଟର ମ୍ୟାନେଜର ସ୍ୱରୂପ କୁମାର ବଳ, ଗୋରାଚାନ୍ଦ ସ୍ୱାଇଁ, ସମ୍ବଲପୁର ବନଖଣ୍ଡ ଅତିରିକ୍ତ ବନ ସଂରକ୍ଷକ ରାଜଶ୍ରୀ ତିର୍କୀ, ତୁଷାରକାନ୍ତ ପାଣିଗ୍ରାହୀ, ସୁଚିତ୍ରା ପ୍ରତିହାରୀ, ହରିଶଙ୍କର ନାଏକ, ଈଶ୍ୱର ସାବତଙ୍କ ସମେତ ବନ ସୁରକ୍ଷା ସମିତିର ଶତାଧିକ ସଦସ୍ୟ, ସଦସ୍ୟା ଉପସ୍ଥିତ ରହିଥିଲେ।
Popular Categories



