www.samajalive.in
Friday, December 5, 2025
17.1 C
Bhubaneswar

ମହାକୁମ୍ଭରେ ଭାଇରାଲ ଗାର୍ଲ ମୋନାଲିସା ଏବେ ବଲିଉଡ୍‌ରେ ଥାପିବେ ପାଦ, ସାଇନ୍‌ କଲେ ପ୍ରଥମ ଫିଲ୍ମ

ନୂଆଦିଲ୍ଲୀ : ପ୍ରୟାଗରାଜ ମହାକୁମ୍ଭକୁ ଆସିଥିବା ନୀଳନୟନା କୁହାଯାଉଥିବା ମୋନାଲିସାଙ୍କ ଭାଗ୍ୟରେ ଏବେ ନୂଆ ମୋଡ ଆସିଛି । ସେ ରାତାରାତି ସେଲିବ୍ରିଟି ହୋଇଯାଇଛନ୍ତି । ଏବେ ବଲିଉଡ୍‌ରେ କାମ କରିବେ ମୋନାଲିସା । ମାଳା ବିକି ନିଜ ଗୁଜୁରାଣ ମେଣ୍ଟାଉଥିବା ମୋନାଲିସା ଏବେ ଚଳଚ୍ଚିତ୍ର ଜଗତରେ ପାଦ ଥାପିବେ । ତାଙ୍କୁ ‘ଡାଏରୀ ଅଫ୍‌ ମଣିପୁର’ ପାଇଁ ଲେଖକ ତଥା ନିର୍ଦ୍ଦେଶକ ମନୋଜ ମିଶ୍ରା ଅଫର୍‌ ଦେଇଛନ୍ତି । ମଣିପୁରରେ ହୋଇଥିବା ଭୟଙ୍କର ଘଟଣା ଉପରେ ତିଆରି ହେବାକୁ ଯାଉଥିବା ଏହି ଫିଲ୍ମରେ ମୋନାଲିସା ମୁ଼ୁଖ୍ୟ ଭୂମିକାରେ ନଜର ଆସିବେ । ନିର୍ଦେଶକ ମନୋଜ ମିଶ୍ରା ମଧ୍ୟପ୍ରଦେଶର ଖରଗୋନ ଜିଲାରେ ସ୍ଥିତ ମହେଶ୍ୱରରେ ମୋନାଲିସାଙ୍କ ଘରକୁ ଯାଇ ତାଙ୍କୁ ଆଗାମୀ ଫିଲ୍ମ ପାଇଁ ଅଫର୍‌ କରିଛନ୍ତି । ଉଭୟଙ୍କ ଏକାଠି ଫଟୋ ସାମ୍ନାକୁ ଆସିଛି । ମୋନାଲିସା ମଧ୍ୟ ଏହି ଫିଲ୍ମ ପାଇଁ ରାଜି ହୋଇଛନ୍ତି । ସେ ଯେଉଁ ଚରିତ୍ରରେ ଅଭିନୟ କରିବେ ସେଥିପାଇଁ ସେ ଖୁବ୍‌ ପରିଶମ୍ର କରିବେ ବୋଲି ମଧ୍ୟ କହିଛନ୍ତି ।


ନିର୍ଦ୍ଦେଶକଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି,ମୋନାଲିସାଙ୍କ ପରିବାର ସହ ସାକ୍ଷାତ କରିଛନ୍ତି। ସେ ତାଙ୍କୁ ଫିଲ୍ମରେ ଖୁବ୍‌ ଭଲରେ ଉପସ୍ଥାପନା କରିବେ। ଭବିଷ୍ୟତ ଗଢିବାର ଏହା ତାଙ୍କ ପାଇଁ ଏକ ଉତ୍ତମ ସୁଯୋଗ। ତାଙ୍କ ପରିବାର ଲୋକେ ଖୁବ୍‌ ନୀରିହ।
ଫିଲ୍ମରେ ମୋନାଲିସା କେଉଁ ଚରିତ୍ରରେ ନଜର ଆସିବେ ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ। ଫିଲ୍ମ ଅକ୍ଟୋବରରେ ରିଲିଜ୍‌ କରିବାକୁ ଯୋଜନା ରହିଛି । ଫିଲ୍ମର ବଜେଟ୍‌ ୨୦ କୋଟି ବୋଲି କୁହାଯାଉଛି। ଫେବୃଆରୀ ମାସରେ ଫିଲ୍ମ ସୁଟିଂ ଆରମ୍ଭ ହେବ।

୧୮ ବର୍ଷ ପରେ ରାହୁ-ଶୁକ୍ରଙ୍କ ଅତ୍ୟନ୍ତ ଶୁଭ ଯୋଗ ପୁଣି ଶକ୍ତିଶାଳୀ ଗଜକେସରୀ ଯୋଗ; ଏହି ରାଶି ହେବେ ଭାଗ୍ୟବାନ୍‌, ସବୁ ଚିନ୍ତା ହେବ ଦୂର..

- Advertisement -

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories