www.samajalive.in
Sunday, December 14, 2025
19.1 C
Bhubaneswar

ସାମାଜିକ ଦାୟିତ୍ୱବୋଧତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ; ଜେଏସପିକୁ ଇଣ୍ଡିଆ ସିଏସଆର ଲିଡରସିପ୍‌‌ ପୁରସ୍କାର

କେନ୍ଦୁଝରଗଡ଼: ପାରିପାର୍ଶ୍ବିକ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ରରେ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ  ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି)କୁ ଇଣ୍ଡିଆ ସିଏସଆର ଲିଡରସିପ ପୁରସ୍କାର ମିଳିଛି। ପାରିପାର୍ଶ୍ବିକ ଅଞ୍ଚଳର ସମୁଦାୟଗୁଡ଼ିକୁ ସଶକ୍ତ କରିବା ପାଇଁ ବିକାଶଧାରାରେ ସେମାନଙ୍କ ଅନ୍ତର୍ଭୁକ୍ତୀକରଣ ଓ ଏହାର ପ୍ରଭାବ, ଜଗତିକରଣ ଓ ୨୦୪୭ସୁଦ୍ଧା ବିକଶିତ ଭାରତ ନିର୍ମାଣ ଭଳି ଲକ୍ଷ୍ୟକୁ ନେଇ ପଞ୍ଚଦଶ ଇଣ୍ଡିଆ ସିଏସଆର ଲିଡରସିପ୍‌‌ ସମ୍ମିଳନୀ ଭୁବନେଶ୍ୱରସ୍ଥିତ ହୋଟେଲ ଏକ୍ସଲେନ୍ସିରେ ଅନୁଷ୍ଠିତ ହୋଇଥିଲା। ବଡ଼ବିଲ ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ରରେ ଜେଏସପିର ଉଲ୍ଲେଖନୀୟ ଅବଦାନକୁ ଏହି ସମ୍ମିଳନୀରେ ପ୍ରଶଂସା କରଯାଇଥିଲା। ଏହି ପୁରସ୍କାର ଆମକୁ ଆମ ଦାୟିତ୍ୱ ନିର୍ବାହ ପାଇଁ ଆହୁରି ପ୍ରେରଣା ଦେବ। ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ପାଇଁ ଜେଏସପିର ପ୍ରତିଶ୍ରୁତିବଦ୍ଧତାକୁ ଏହି ପୁରସ୍କାର ସ୍ୱୀକୃତି ପ୍ରଦାନ କରିଛି ବୋଲି କମ୍ପାନୀର ସଭାପତି ତଥା ଗ୍ରୁପ୍‌‌ ହେଡ୍‌‌(ସିଏସଆର ଆଣ୍ଡ ଏଜୁକେସନ) ପ୍ରଶାନ୍ତ କୁମାର ହୋତା କହିଛନ୍ତି। ଯୋଡ଼ା-ବଡ଼ବିଲ ଅଞ୍ଚଳରେ ଜୀବନଜୀବିକା ହେଉ କିମ୍ବା ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା, କୃଷି, ସଂସ୍କୃତି ଓ ପରିବେଶ କ୍ଷେତ୍ରରେ କମ୍ପାନୀ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଆସିଛି। ଜେଏସପିର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ଜରିଆରେ ନିରନ୍ତର ବିକାଶ କାର୍ଯ୍ୟ ଯୋଗୁଁଁ ଲୋକଙ୍କ ଜୀବନଜୀବିକା ତଥା ଜୀବନଧାରଣର ମାନ ବୃଦ୍ଧି ହୋଇଛି। ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସେମାନଙ୍କୁ ଏଲଇଡି ବଲ୍‌ବ ପ୍ରସ୍ତୁତି ତାଲିମ ପ୍ରଦାନ କରାଯାଉଛି। ଖୁବଶୀଘ୍ର ଏକ ଏଲଇଡି ବଲବ ପ୍ରସ୍ତୁତି ୟୁନିଟ ପ୍ରତିଷ୍ଠା ହେବ। କୃଷି କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ତାଲିମ, ଅତ୍ୟାଧୁନିକ ଯନ୍ତ୍ରପାତି ଓ ବିହନ ପ୍ରଦାନ କରାଯାଉଛି। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପାରିପାର୍ଶ୍ବିକ ଅଞ୍ଚଳରେ ଟିକାକରଣ, ମ୍ୟାଲେରିଆ ନିରାକରଣ, ରକ୍ତହୀନତା ଦୂରୀକରଣ କାର୍ଯ୍ୟକ୍ରମ ସମେତ ମହିଳା ଓ ଶିଶୁ ପୋଷଣ କାର୍ଯ୍ୟକ୍ରମ ଜାରି ରହିଛି। ଖୁବଶୀଘ୍ର ଏକ ୨୬ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ମଧ୍ୟ ଲୋକାର୍ପିତ ହେବ। ଶିକ୍ଷା ଓ ସ୍ୱାସ୍ଥ୍ୟ ସହ ସ୍ଥାନୀୟ ଅଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ ପ୍ରୋତ୍ସାହନ ଦିଆଯାଉଛି। ଦେଓଝର, କଣ୍ଡରା, ବିରିକଳା, ଅଁସେଇକଳା ପଞ୍ଚାୟତର ଗ୍ରାମଗୁଡ଼ିକରେ ତାଲିମ କେନ୍ଦ୍ର ଖୋଲିଛି। ଉସୁ ଓ ଫୁଟବଲର ବିକାଶ ନିମନ୍ତେ ସିଆଳିଯୋଡ଼ାରେ ସ୍ପୋର୍ଟସ କଂପ୍ଲେକ୍ସ ଖୋଲାଯାଇଛି। ସୋୟାବାଲିରେ ସ୍ପୋର୍ଟ୍ସ ହଷ୍ଟେଲ ଖୋଲାଯାଇ ଏଠାରେ ୬୦କ୍ରୀଡ଼ା ପ୍ରତିଭାଙ୍କୁ କ୍ରୀଡ଼ା ତାଲିମ ସହ ଇଂରାଜୀ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଛି। ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ପ୍ରତିଯୋଗିତାରେ ଯୋଗଦେବା ପାଇଁ ସମସ୍ତ ଖର୍ଚ୍ଚ ବହନ କରାଯାଉଛି। ଅନ୍ତର୍ଜାତୀୟସ୍ତରରେ ଏକାଧିକ କ୍ରୀଡ଼ାବିତ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories