www.samajalive.in
Friday, December 12, 2025
27.1 C
Bhubaneswar

ବାସ୍‌ ଏହି ଉପାୟରେ ଖରାଦିନେ ଅଧା ଆସିବ ବିଜୁଳି ବିଲ୍‌!

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ବିଜୁଳି ବିଲ୍‌ ଲଗାତାର ବୃଦ୍ଧି ପାଉଥିବା ଦେଖାଯାଉଛି। ଯାହା ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ତେବେ କିଛି ସହଜ ଉପାୟ ସହ ଏଲଇଡି ବଲ୍‌ବର ବ୍ୟବହାର ଦ୍ୱାରା ବିଜୁଳି ବିଲ୍‌ କମ କରାଯାଇପାରିବ। କାରଣ ଅନେକ ଥର ଛୋଟ ଛୋଟ ଭୁଲ୍‌ କାରଣରୁ ବିଜୁଳି ବିଲ୍‌ ଅଧିକ ଦେବାକୁ ପଡିଥାଏ। ଜାଣନ୍ତୁ ଏଭଳି କେତେକ ସହଜ ଉପାୟ ବିଷୟରେ ଯାହା ସାହାଯ୍ୟରେ ଖରାଦିନରେ ମଧ୍ୟ ବିଜୁଳି ବିଲ୍‌ ଅଧା ହୋଇଯିବ।
ବିଜୁଳି ବିଲ୍‌ କମ୍‌ କରିବାକୁ ଇଚ୍ଛୁକ ଥିଲେ, ନନ୍‌-ଇନଭର୍ଟର ଏସି ବଦଳରେ ଇନଭର୍ଟର ଏସି ବ୍ୟବହାର କରନ୍ତୁ। ଇନଭର୍ଟର ଏସି ସାଧାରଣ ଏସି ତୁଳନାରେ କମ୍‌ ବିଜୁଳି ଖର୍ଚ୍ଚ ହୋଇଥାଏ । ଇନଭର୍ଟର ଏସି ଆବଶ୍ୟକ ଅନୁଯାୟୀ, କମ୍ପ୍ରେସର ସ୍ପିଡ୍‌କୁ ନିୟନ୍ତ୍ରଣ କରିଥାଏ । ଫଳରେ ବିଜୁଳି ବିଲ୍‌ କମ୍‌ ହୋଇଥାଏ ।
ବିଜୁଳି ବିଲ୍‌ କମ୍‌ କରିବା ପାଇଁ ଆବଶ୍ୟକ ସମୟରେ ହିଁ ଫ୍ୟାନ୍‌ ଲଗାନ୍ତୁ । ଘରୁ ବାହାରକୁ ଗଲେ ଫ୍ୟାନ୍‌ ଲଗାନ୍ତୁ ନାହିଁ । ଏହାକୁ ନିୟମିତ ସଫା କରନ୍ତୁ । ଆବଶ୍ୟକ ନହେଲେ ଏସି ଓ ଫ୍ୟାନ୍‌କୁ ଏକାସହ ଲଗାନ୍ତୁ ନାହିଁ । ଫ୍ୟାନ ଅପରିଷ୍କାର ରହିଲେ ଅଧିକ ବିଜୁଳି ବ୍ୟବହାର ହୋଇଥାଏ ।
ବିଶେଷ କରି ଖରାଦିନେ ମାଇକ୍ରୋବେବ୍‌ ବ୍ୟବହାର କରନ୍ତୁ ନାହିଁ । ନଚେତ୍‌ ଖୁବ୍‌ କମ୍‌ ବ୍ୟବହାର କରନ୍ତୁ । ଅନ୍ୟ ବୈଦ୍ୟୁତିକ ଉପକରଣ ଗୁଡିକ ବ୍ୟବହାର କରିବା ମାତ୍ରେ ଏହାକୁ ବନ୍ଦ କରନ୍ତୁ । ଫୋନ୍‌ ଚାର୍ଜ ପରେ ସୁଇଚ୍‌ ଅଫ୍‌ କରନ୍ତୁ ।

ଲାଗି ରହୁଛି କି ରୋଗ? ଗ୍ରହ ଦୋଷ ନୁହେଁ ତ କାରଣ, ଜାଣନ୍ତୁ କେଉଁ ଗ୍ରହଙ୍କ ପାଇଁ ହୁଏ କି ରୋଗ, କେମିତି ଦୂର ହେବ ସମସ୍ୟା..

୫୭ ବର୍ଷ ପରେ ୬ ଶକ୍ତିଶାଳୀ ଗ୍ରହଙ୍କ ବିଶେଷ ସଂଯୋଗ ; ଏହି ରାଶି ହେବେ ମାଲାମାଲ୍‌, ବଢିବ ଧନ,ବ୍ୟବସାୟ..

- Advertisement -

ଦେଖନ୍ତୁ ଭିଡିଓ ; ଦେବଦୂତ ସାଜିଲେ ମହିଳା କନେଷ୍ଟବଳ, ଚଳନ୍ତା ଟ୍ରେନ୍‌ରୁ ଏମିତି ବଞ୍ଚାଇଲେ ବୃଦ୍ଧଙ୍କ ଜୀବନ..

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories