www.samajalive.in
Sunday, December 14, 2025
19.1 C
Bhubaneswar

ରାସ୍ତା ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଟଙ୍କା ପଠାଇଲେ ଅଞ୍ଚଳବାସୀ

ଗୋପାଳପୁର: ଗୋପାଳପୁର ଏକ ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀ ଭାବେ ଖ୍ୟାତି ଅର୍ଜନ କରିଛି। କିନ୍ତୁ ଦୀର୍ଘ ମାସ ହେବ ଅନେକ ଗୁଡିଏ ଉନ୍ନତିମୂଳକ କାର୍ଯ୍ୟରେ ବ୍ରେକ ଲାଗି ଯାଇଥିବା ଦେଖିବାକୁ ମିଳିଛି। ବିଶେଷ କରି ଗୋପାଳପୁରର ମୁଖ୍ୟ ସଡକ ଯାହା ବସଷ୍ଟାଣ୍ଡ ଛକରୁ ବେଳାଭୂମିକୁ ସଂଯୋଗ କରୁଥିବା ବଜାର ସାହିର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି। ଦୀର୍ଘ ୨ ବର୍ଷ ହେବ ଦାୟିତ୍ୱରେ ରହିଥିବା ପୂର୍ତ୍ତ ବିଭାଗ ପକ୍ଷରୁ ଏହି ରାସ୍ତାରେ ମରାମତି ନିମନ୍ତେ କୈାଣସି ପାଣ୍ଠି ବରାଦ କରାଯାଉନଥିବାରୁ ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ପରିସ୍ଥିତିକୁ ଚାଲି ଆସିଛି। ଯାହା ଫଳରେ ଅନେକ ସମୟରେ ଉକ୍ତ ରାସ୍ତା ଦେଇ ଯାଆ ଆସ କରୁଥିବା ଗାଡ଼ି ମୋଟର ଦୁର୍ଘଟଣା ଶିକାର ହେବା ସହ ଲୋକ ମାନେ ଖଣ୍ଡିଆ ଖାବରା ହେଉଥିବାର ନଜିର ରହିଛି। ଅଞ୍ଚଳବାସୀଙ୍କ ପକ୍ଷରୁ ଗୋପାଳପୁର ଏନଏସିକୁ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ନିବେଦନ କରି ଆସୁଥିଲେ ସୁଦ୍ଧା ଗୋପାଳପୁର ଏନଏସି ପକ୍ଷରୁ କୈାଣସି ପଦକ୍ଷେପ ନିଆ ଯାଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଥି ସହ ପୂର୍ତ୍ତ ବିଭାଗକୁ ମଧ୍ୟ ରାସ୍ତା ନିର୍ମାଣ ନିମନ୍ତେ ନିବେଦନ ସତ୍ତ୍ଵେ ବିଭାଗ ମଧ୍ୟ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଅଭିଯୋଗ ହୋଇଛି।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories