www.samajalive.in
Sunday, December 14, 2025
17.1 C
Bhubaneswar

‘ତେରେ ଇସ୍କ ମେଁ’ର ନୂଆ ଟିଜର: ଧନୁଷଙ୍କ ନାୟିକାଙ୍କ ଚେହେରା ଉପରୁ ଉଠିଲା ପରଦା

ମୁମ୍ବାଇ: ‘ତେରେ ଇସ୍କ ମେଁ’ ଚଳଚ୍ଚିତ୍ରର ଆଉ ଏକ ଟିଜର ମଙ୍ଗଳବାର ରିଲିଜ୍‌ ହୋଇଛି, ଯେଉଁଥିରେ ନାୟିକାଙ୍କ ଚେହେରା ସ୍ପଷ୍ଟ ଦେଖିବାକୁ ମିଳିଛି। ପ୍ରଥମ ଟିଜରରେ କେବଳ ଅଭିନେତ୍ରୀଙ୍କ ସ୍ଵର ଶୁଣିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ଧନୁଷଙ୍କ ସହ ବଲିଉଡ଼ ଅଭିନେତ୍ରୀ କ୍ରିତି ସାନୋନ ନଜର ଆସିବେ। ‘ରାଂଝଣା’ର ପ୍ରାୟ ୧୨ ବର୍ଷ ପରେ ଆନନ୍ଦ ଏଲ ରାୟ ଓ ଧନୁଷ ‘ତେରେ ଇସ୍କ ମେଁ’ ମାଧ୍ୟମରେ ପୁଣିଥରେ ଏକାଠି ହୋଇଛନ୍ତି। ଫିଲ୍ମର ବିଧିବଦ୍ଧ ଘୋଷଣା ଏକ ଟିଜର ମାଧ୍ୟମରେ କରାଯାଇଥିଲା, ଯାହା ପ୍ରଶଂସକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା।


‘ତେରେ ଇସ୍କ ମେଁ’ ଚଳଚ୍ଚିତ୍ରର ପ୍ରଥମ ଟିଜରରେ କେବଳ ଅଭିନେତ୍ରୀଙ୍କୁ ସ୍ଵର ଶୁଣିବାକୁ ମିଳିଥିଲା, କିନ୍ତୁ ଏବେ କିଛି ସମୟ ପୂର୍ବରୁ ଫିଲ୍ମର ଦ୍ଵିତୀୟ ଟିଜର ରିଲିଜ୍‌ ହୋଇଛି, ଯେଉଁଥିରେ ଅଭିନେତ୍ରୀ କ୍ରିତି ସାନୋନ ନଜର ଆସିଛନ୍ତି। ଏହି ଟିଜରରେ କ୍ରିତିଙ୍କୁ ଦଙ୍ଗା ଭିତରେ ଦେଖିବାକୁ ମିଳିଛି। ସେ ଆଗକୁ ବଢୁଛନ୍ତି ଏବଂ ନିଜ ଉପରେ ପେଟ୍ରୋଲ ଢାଳୁଛନ୍ତି। ତା’ପରେ ସେ ଏକ ସିଗାରେଟ୍ ଲଗାଉଛନ୍ତି ଏବଂ ଏହି କ୍ଲିପ୍ ସହିତ ଟିଜର ଶେଷ ହେଉଛି। ଚଳିତ ବର୍ଷ ନଭେମ୍ବର ୨୮ରେ ମୁକ୍ତିଲାଭ କରିବ ‘ତେରେ ଇସ୍କ ମେଁ’।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories