www.samajalive.in
Saturday, December 6, 2025
14.1 C
Bhubaneswar

ପୁଣି ଶିମିଳିପାଳରୁ ଶିକାରୀ ଧରାଇଲା ଏଆଇ କ୍ୟାମେରା, ଦୁଇ ଗିରଫ

ମୟୁରଭଞ୍ଜ: ଶିମିଳିପାଳରୁ ପୁଣି ଶିକାରୀ ଧରାଇଲା ଏଆଇ କ୍ୟାମେରା। ୫ଜଣ ଶିକାରୀ ଠାବ ହୋଇଥିବାବେଳେ ବନ ବିଭାଗ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ କପ୍ତିପଦା ଅଞ୍ଚଳର ରାଜକିଶୋର ନାୟକ ଏବଂ କାଳୀଚରଣ ଦେହୁରୀ ବୋଲି ଜଣାପଡିଛି। ୫ ଜଣ ଶିକାରୀ ମାରଣାସ୍ତ୍ର ଧରି ଶିକାର ପାଇଁ ଜଙ୍ଗଲକୁ ଯାଇଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଦୁଇ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ଖସି ପଳାଇଥିବା ୩ ଶିକାରୀଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଶିମିଳିପାଳ ଦକ୍ଷିଣ ବନଖଣ୍ଡ ଉପନିର୍ଦେଶକ। ସେମାନଙ୍କ ନିକଟରୁ ୫ଟି ଦେଶୀ ବନ୍ଧୁକ , ଗୋଟିଏ ହରିଣ ଶିଙ୍ଘ ଏବଂ ଗୋଟିଏ ସମ୍ବର ଶିଙ୍ଘ ଜବତ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories