www.samajalive.in
Sunday, December 14, 2025
26.1 C
Bhubaneswar

ଆଧୁନିକ ଶାସନ ପ୍ରକ୍ରିୟାରେ ସମନ୍ୱୟ ଆବଶ୍ୟକ

ଭୁବନେଶ୍ୱର : ଆଧୁନିକ ଶାସନ ପ୍ରକ୍ରିୟାରେ ସମନ୍ୱୟ ଆବଶ୍ୟକ। ପ୍ରାଚୀନ ନୀତି, ଶିକ୍ଷା ଓ ଆଧୁନିକ ଶାସନ ଆବଶ୍ୟକତା ଉପନିଷଦର ନୀତିଗତ ଦୃଷ୍ଟିକୋଣ ଉପରେ ପର୍ଯ୍ୟବସିତ । ଆଧୁନିକ ଶିକ୍ଷା ବ୍ୟବସ୍ଥାକୁ ପ୍ରାଚୀନ ଦର୍ଶନ ଓ ଜ୍ଞାନ ପ୍ରଣାଳୀ ସହ ସମନ୍ୱୟ ରଖିବାରେ ଜାତୀୟ ଶିକ୍ଷା ନୀତି ୨୦୨୦ ଏବଂ ଭାରତୀୟ ଜ୍ଞାନ ପ୍ରଣାଳୀ ସହାୟକ ହେବ ବୋଲି ଏକକ ନୀତି ବିମର୍ଶ ବକ୍ତୃତାମାଳାରେ ଭାରତୀୟ ଲୋକ ପ୍ରଶାସନ ପ୍ରତିଷ୍ଠାନ ଭୁବନେଶ୍ୱର ଶାଖା ଅଧ୍ୟକ୍ଷ କରୁଣାକର ପଟ୍ଟନାୟକ ପ୍ରକାଶ କରିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟ ଲୋକ ପ୍ରଶାସନ ବିଭାଗ ଓ ଭାରତୀୟ ଲୋକ ପ୍ରଶାସନ ପ୍ରତିଷ୍ଠାନ ଭୁବନେଶ୍ୱର ଶାଖାର ମିଳିତ ଆନୁକୁଲ୍ୟରେ “ସାମ୍ପ୍ରତିକ ସମୟରେ ପ୍ରଶାସନିକ ସନ୍ଦିହାନତା ଏବଂ ଉପନିଷଦର ପ୍ରାସଙ୍ଗିକତା” ଶୀର୍ଷକ ଏକକ ନୀତି ବିମର୍ଶ ବକ୍ତୃତାମାଳା – ୨୦୨୫ ଆୟୋଜିତ ହୋଇଯାଇଛି । ଏହି ଏକକ ନୀତି ବିମର୍ଶ ବକ୍ତୃତାମାଳାରେ ସଭାପତିତ୍ବ ଅଭିଭାଷଣ ରଖି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଉତ୍ତମ ଶାସନ ପରିଚାଳନାରେ ଉପନିଷଦ, ବେଦ ଏବଂ ଅନ୍ୟାନ୍ୟ ପ୍ରାଚୀନ ଶାସ୍ତ୍ର ସହ ଭାରତୀୟ ଦାର୍ଶନିକ ପରମ୍ପରାର ପ୍ରାସଙ୍ଗିକତା ରହିଛି । ସ୍ୱୟଂ ଶାସନର ସଂକଳ୍ପକୁ ଆଲୋକିତ କରି ସେ ଆଜିର ଯୁବକମାନଙ୍କୁ ଉଭୟ ବ୍ୟକ୍ତିଗତ ଅଭିବୃଦ୍ଧି ଏବଂ ସାମାଜିକ କଲ୍ୟାଣ ପାଇଁ ଆବଶ୍ୟକ ଚିନ୍ତାଧାରା, ଉଦ୍ଦେଶ୍ୟ, କାର୍ଯ୍ୟ ଏବଂ ନିଷ୍ପତ୍ତି ନେବା ପାଇଁ ଏହି ମୂଲ୍ୟବୋଧକୁ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ।

- Advertisement -

ଓଡ଼ିଶାର ବିଜୁ ପଟ୍ଟନାୟକ ଚଳଚ୍ଚିତ୍ର ପ୍ରତିଷ୍ଠାନର ଚେୟାରମ୍ୟାନ୍ ସଞ୍ଜୟ କୁମାର ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ‘ଉପନିଷଦ ଏବଂ ଶାସନ’ ଉପରେ ଆଲୋଚନା କରିବା ଅବସରରେ ଜାତୀୟ ଶିକ୍ଷା ନୀତି ଓ ଭାରତୀୟ ଜ୍ଞାନ ପ୍ରଣାଳୀ ଆଧୁନିକ ଶିକ୍ଷା ବ୍ୟବସ୍ଥାକୁ ପ୍ରାଚୀନ ଦର୍ଶନ ଓ ଜ୍ଞାନ ପ୍ରଣାଳୀ ସହ ଅନୁପ୍ରେରିତ କରେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଶାସନରେ ଉତ୍କର୍ଷତା ପାଇଁ ସକାରାତ୍ମକ ମନୋଭାବ ଜରୁରୀ ବୋଲି କହିବା ସହିତ ପ୍ରାଚୀନ ଜ୍ଞାନକୁ ସାଧାରଣ ପ୍ରଶାସନରେ ଯୋଡିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟ ଲୋକ ପ୍ରଶାସନ ବିଭାଗ ମୁଖ୍ୟ ଡ. ପ୍ରତିମା ଷଡ଼ଙ୍ଗୀ ସ୍ୱାଗତ ଅଭିଭାଷଣ ରଖିଥିଲେ। ଭାରତୀୟ ଲୋକ ପ୍ରଶାସନ ପ୍ରତିଷ୍ଠାନ ଭୁବନେଶ୍ୱର ଶାଖା ଉପାଧ୍ୟକ୍ଷା ଡ. ଚିତ୍ରା କାନୁନଗୋ ଅତିଥି ପରିଚୟ ପ୍ରଦାନ କରିଥିଲେ। ଲୋକ ପ୍ରଶାସନ ବିଭାଗ ସହକାରୀ ପ୍ରଫେସର ଡ. ହେମନ୍ତ କୁମାର ଦାଶ କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହିତ ଲୋକ ପ୍ରଶାସନ ପାଠ୍ୟକ୍ରମରେ “ପ୍ରଶାସନିକ ସିଦ୍ଧାନ୍ତରେ ବେଦାନ୍ତର ଉପଯୋଗୀତା” ଶୀର୍ଷକ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ । ଆୟୋଜିତ ଆଲୋଚନା ଚକ୍ରରେ ବିଶ୍ୱବିଦ୍ୟାଳୟର ଶିକ୍ଷକ, କର୍ମଚାରୀ, ଗବେଷକ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories