www.samajalive.in
Saturday, December 6, 2025
14.1 C
Bhubaneswar

ଗାନ୍ଧୀମାର୍ଗରେ ଉଡିଲା ତ୍ରିରଙ୍ଗା : ପତାକା ଉତ୍ତୋଳନ କଲେ ରାଜ୍ୟପାଳ, ପୁଲିସ୍ ମେଡାଲ୍ ପ୍ରଦାନ

ଭୁବନେଶ୍ଵର:  ଭୁବନେଶ୍ଵରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଏହି ଅବସରରେ ରାଜଧାନୀର ଗାନ୍ଧୀ ମାର୍ଗରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏଥିସହିତ ରାଜ୍ୟସ୍ତରୀୟ ପରେଡରେ ଅଭିବାଦନ କରିଛନ୍ତି। ଆଜି ସକାଳୁ ଜୟ ହିନ୍ଦ୍ ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ଗାନ୍ଧୀ ମାର୍ଗ। ଆଜି ମୁଖ୍ୟ ଆକର୍ଷଣ ସାଜିଥିଲା ଶିବ ତାଣ୍ଡବ ଓ ଅଘୋରୀ ନୃତ୍ୟ। ଘୋଡା ନାଚ ସହ ଢେମ୍ସା, ସମ୍ବଲପୁରୀ , ସାନ୍ତାଳୀ ଭଳି ଆଦିବାସୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ସ୍କେଟିଂ  ବୁଟ୍ ପିନ୍ଧି କୁନି କୁନି ପିଲାମାନେ ଦୁଃସାହସିକ ନୃତ୍ୟ ପ୍ରଦର୍ଶନ କରିଛନ୍ତି। ଯାହା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଚଳିତଥର ଝାଡଖଣ୍ଡ ପୁଲିସର ଏକ ଦଳ ପରେଡରେ ଭାଗ ନେଇଥିଲା। ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ୪୯ଟି ଦଳ ସାମିଲ ହୋଇଥିଲେ । ସେଥିରୁ ୨୦ଟି ସାମରିକ ଏବଂ ଅର୍ଦ୍ଧ ସାମରିକ ବାହିନୀ ରହିଛନ୍ତିି। ୨୯ଟି କଣ୍ଟିଜେଣ୍ଟରେ ସ୍କୁଲ ଏବଂ କଲେଜ ଛାତ୍ରୀଙ୍କ ଏନସିସି, ସ୍କାଉଟ୍ , ଗାଇଡ୍ ସହ ଡେୟାର ଡେଭିଲ୍  ସାମିଲ ହୋଇଥିଲେ। ଏହି ଅବସରରେ ଆଜି କିଛି ବିଶିଷ୍ଠ ପୁଲିସ୍ ଅଧିକାରୀଙ୍କୁ ପୁଲିସ୍ ମେଡାଲ ପ୍ରଦାନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories