www.samajalive.in
Saturday, December 6, 2025
15.1 C
Bhubaneswar

ବାଙ୍କୀ ଦୁର୍ଘଟଣା: ଜିଲ୍ଲାପାଳ କହିଲେ ବିନା ଅନୁମତିରେ ନେଉଥିଲେ, ତଦନ୍ତ ହେବ

ବାଙ୍କୀ :  କଟକ ଜିଲ୍ଲା ବାଙ୍କୀ ଥାନା ଅଂଶୁପା ନିକଟରେ  ଅଭାବନୀୟ ଘଟଣା ଘଟିଛି। ପିକଅପ୍ ଭ୍ୟାନ୍ ଓଲଟି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବାବେଳେ ୨୫ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ଭ୍ୟାନ୍ ଟି ମାଲବିହାରାପୁର ହାଇସ୍କୁଲରୁ ସରଣ୍ଡା ପରେଡ୍ ଗ୍ରାଉଣ୍ଡକୁ ଯିବାବେଳେ ଓଲଟି ପଡିଛି। ଫଳରେ ଘଟଣାସ୍ଥଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ୧୩ ଆହତ ଛାତ୍ରଛାତ୍ରୀଙ୍କୁ  ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ୧୨ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସେପଟେ ଏହି ଘଟଣାରେ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ପିକଅପରେ ୨୫ ଜଣ ଛାତ୍ରଛାତ୍ରୀ ପରେଡ୍ ଗ୍ରାଉଣ୍ଡକୁ ଯାଉଥିଲେ। ଦୁର୍ଘଟଣାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଆହତ ଛାତ୍ରଛାତ୍ରୀମାନେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ୯ ଜଣଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନେ ସୁସ୍ଥ ଅଛନ୍ତି। ରେଡ୍ କ୍ରସ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨୫ ହଜାର ଟଙ୍କା ସହାୟତା ଦିଆଯିବ।  ଅନ୍ୟ ସ୍କୁଲକୁ ନେବାକୁ ଅନୁମତି ନଥିଲା , କାହିଁକି ନେଲେ ସେ ନେଇ ତଦନ୍ତ ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories