www.samajalive.in
Monday, December 8, 2025
14.1 C
Bhubaneswar

‘ରେଡମି ଗୋ’ ସ୍ମାର୍ଟଫୋନର ବଜାର ପ୍ରବେଶ

ନୂଆଦିଲ୍ଲୀ : ବଜାରକୁ ଆସିଲା ‘ରେଡମି ଗୋ’ ସ୍ମାର୍ଟଫୋନ। ଏହି ପୋନକୁ ବର୍ତ୍ତମାନ ୟୁରୋପରେ ଲଞ୍ଚ କରାଯାଇଛି। ଭାରତୀୟ ବଜାରକୁ ଏହି ଫୋନ କେବେ ଆସିବ ତାହାର କୌଣସି ନିଦ୍ଧିଷ୍ଟ ସୂଚନା ଦିଆଯାଇ ନାହିଁ। ରେହମି ଗୋ ଫୋନରେ ୫ଇଞ୍ଚର ଏଚଡି ଡିସପ୍ଲେ ରହିଛି। ଏହାବ୍ୟତୀତ ଏହି ଫୋନରେ କ୍ୱାଲାକମର ପ୍ରୋସେସର ରହିଛି। କିନ୍ତୁ କମ୍ପାନୀ ଏହି ପ୍ରୋସେରର ଭର୍ସନ ବାବଦରେ କୌଣସି ସୂଚନା ଦେଇନାହିଁ।

courtesy-times now

ମାତ୍ର ମିଡିଆ ରିପୋର୍ଟ ଅନୁସାରେ ଏହି ଫୋନରେ କ୍ୱାଲାକମର ସ୍ନାପଡ୍ରାଗନ ୪୪୫ପ୍ରୋସେସର ଦିଆଯାଇଛି। ଏହି ଫେନରେ ୩୦୦୦ଏମ୍‍ଏଚ୍‍ ର ବ୍ୟାଟେରୀ ଦିଆଯାଇଛି। ଏଥିରେ ୮ମେଗାପିକ୍ସେଲର ରିୟର କ୍ୟାମେରା ଏବଂ ୫ମେଗାପିକ୍ସେଲର ଆଗପଟ କ୍ୟାମେରା ରହିଛି। ରିୟର କ୍ୟାମେରା ସହିତ ଏଲଇଡି ପ୍ଲାସଲାଇଟ୍‍ ମିଳିବ। ଏହି ଫୋନ ବର୍ତ୍ତମାନ କଳା ଏବଂ ନୀଳ ରଙ୍ଗରେ ବଜାରକୁ ଆସିଛି।

- Advertisement -
courtesy-knocksense

ଜର୍ମାନୀର ଏକ ୱେବସାଇଟ୍‍ ଅନୁସାରେ ‘ରେଡମି ଗୋ’ରେ ୧ଜିବି ରାମ, ୮ଜିବି ଷ୍ଟୋରେଜ ରହିଛି। ଯାହାକୁ ମୋମୋରୀ କାର୍ଡ ସାହାର୍ଯ୍ୟରେ ବଢାଇପାରିବେ। ଏହାବ୍ୟତୀତ ଫୋନରେ ଡୁଆଲ ସିମ ସପୋର୍ଟ, ମାଇକ୍ରୋ ୟୁଏସବି ପୋର୍ଟ, ୱାଇ-ଫାଇ, ବ୍ଲୁଟୁଥ ୪.୨ ଏବଂ ୪ଜି ଏଲଟିଇର ସପୋର୍ଟ ରହିଛି। ୟୁରୋପରେ ଏହି ଫୋନର ବିକ୍ରି ଫେବ୍ରୁୟାରୀରୁ ହେବ। ଯାହାର ମୂଲ୍ୟ ୬,୫୦୦ଟଙ୍କା ରହିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories