www.samajalive.in
Sunday, December 14, 2025
19.1 C
Bhubaneswar

ଏକାମ୍ରର ୩୦ ତୀର୍ଥ ପୁଷ୍କରିଣୀ ଦୂଷିତ

ଭୁବନେଶ୍ବର : ହଜିଲାଣି ତୀର୍ଥ ପୁଷ୍କରିଣୀର ଗରିମା। ଶ୍ରଦ୍ଧାଳୁ ତୀର୍ଥ ପୁଷ୍କରିଣୀର ପବିତ୍ର ଜଳକୁ ଭୁଲିଗଲେଣି। ତୀର୍ଥଜଳରେ ବୁଡ଼ ପକାଇ ଧର୍ମ ଅର୍ଜନ କରୁଥିବା ଶ୍ରଦ୍ଧାଳୁ ଏବେ ଜଳକୁ ଦେଖି ମୁହଁ ଫେରାଉଛନ୍ତି। ଘର ପ୍ରତିଷ୍ଠା, ବିବାହ, ବ୍ରତ ଓ ଯଜ୍ଞ ଆଦି କରିବା ପୂର୍ବରୁ ତୀର୍ଥଜଳ ସଂଗ୍ରହ କରିବା ବଦଳରେ ବଜାରରେ ବିକ୍ରି ହେଉଥିବା ଗଙ୍ଗାଜଳରେ ଶୁଦ୍ଧ କରିବାକୁ ପଡୁଛି। ଏକାମ୍ର କ୍ଷେତ୍ରରେ ୩୦ ତୀର୍ଥଜଳର ଅବସ୍ଥା ଏବେ ସଙ୍ଗିନ ହୋଇପଡ଼ିଛି। ତୀର୍ଥ ପୁଷ୍କରିଣୀ ଜଳଉତ୍ସ ମରିଗଲାଣି। ପୁଷ୍କରିଣୀ ଭିତରେ ସ୍ବେରେଜ ପାଣି ପ୍ରବେଶ କରୁଛି। ପୁଷ୍କରିଣୀ ଚାରିପଟେ ଗଢ଼ି ଉଠିଛି ବହୁ ଅଟ୍ଟାଳିକା। ଆଗକୁ ତୀର୍ଥ ପୁଷ୍କରିଣୀ ଇତିହାସ ପାଲଟି ଯିବ। ଏବେଠାରୁ ଐତିହ୍ୟ ସ୍ଥଳରେ ଗୌରବ ମଣ୍ଡନ କରୁଥିବା ତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର କରିବାକୁ ସାଧାରଣରେ ଦାବି ହେଉଛି।

ତଥ୍ୟ ଅନୁସାରେ, ଇନଟାକ୍‌ର ପ୍ରକଳ୍ପ ସହଯୋଗରେ ସଂରକ୍ଷଣ ସ୍ଥପତି ଅନିଶା ସ୍ବାଇଁ ଏକାମ୍ରର ୩୦ଟି ତୀର୍ଥ ପୁଷ୍କରିଣୀ ଓ ପ୍ରାଚୀନ ଐତିହ୍ୟ କୂଅର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ। ଏକାମ୍ରର ପ୍ରାଚୀନ ଐତିହ୍ୟ ପରମ୍ପରା ସହ ଜଡ଼ିତ ତୀର୍ଥପୁଷ୍କରିଣୀ ଭାବେ ବିନ୍ଦୁସାଗର, ଗଙ୍ଗାଯମୁନା, ଗୁଆଝର, କପିଳେଶ୍ବରର (ମଣିକର୍ଣ୍ଣିକା), ଭୀମକୁଣ୍ଡ, ଚକ୍ରେଶ୍ବର, ଚିନ୍ତାମଣିଶ୍ବର, ଡିମ୍ବିରିଝର, ଗୋ-ସାଗରେଶ୍ବର, ବଡ଼ କୂଅ, କୋଟି ତୀର୍ଥେଶ୍ବର, କୁକ୍କୁଟେଶ୍ବର, କେଦାରଗୌରୀ (ଗୌରୀ କୁଣ୍ଡ, ଦୁଦ୍‌(ଦୁଗ୍ଧ), କେଦାରକୁଣ୍ଡ ବା ଚାଉଳଧୁଆ ଓ ଦାନ୍ତଘଷ‌ା କୁଣ୍ଡ), ମହାଭୋଇ ଶାସନ, ପାପନାଶିନୀ, ତିନି ସଉତୁଣୀ ପୋଖରୀ, ଗୋଦାବରୀ, ଯମେଶ୍ବର(ନାଳକୁଣ୍ଡ), ମେଘେଶ୍ବର, ସୁନ୍ଦରେଶ୍ବର, ଦେବୀପାଦହରା, ମୁକ୍ତେଶ୍ବର, ହଜ୍ ପୋଖରୀ, ହାଡ଼ି ପୋଖରୀ, ଗୟା କୁଣ୍ଡ, ସୂକ୍ଷ୍ମେଶ୍ବର ତୀର୍ଥପୁଷ୍କରିଣୀ ଜଳର ଅବସ୍ଥା ଅନୁଧ୍ୟାନ କରିବା ସହ ତା’ର ଜଳକୁ ସଂଗ୍ରହ କରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରକଙ୍କ ନିକଟକୁ ପଠାଇ ଜଳର ମାନ ପରୀକ୍ଷା କରିଥିଲେ। ପରୀକ୍ଷା ପରେ ସେ ଜାଣିବାକୁ ପାଇଥିଲେ ଯେ, ଗଙ୍ଗାଯମୁନା, ଗୁଆଝର, କପିଳେଶ୍ବର ମଣିକର୍ଣ୍ଣିକା ଓ ଭୀମକୁଣ୍ଡ ଜଳ କେବଳ ବ୍ୟବହାର ଯୋଗ୍ୟ ଅବସ୍ଥାରେ ରହିଛି। ଅନ୍ୟ ତୀର୍ଥ ପୁଷ୍କରିଣୀର ଜଳର ମାନ ଅତ୍ୟନ୍ତ ବିପଜ୍ଜନକ। ସେଗୁଡ଼ିକ ଗୋଟି ଗୋଟି କରି ବିଶ୍ଲେଷଣ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପରୀକ୍ଷା କରାଯାଇ ତା’ର ପ୍ରତିକାର କରିବା ସହ କେଉଁଠି ପ୍ରସାଦ ତିଆରି, ଦିଅଁଙ୍କ ବସ୍ତ୍ର ସଫା ଓ କେଉଁଠି ଗାଧୋଇବା ଯୋଗ୍ୟ ତାହା ନିର୍ଦ୍ଧାରଣ କରିବା ଜରୁରୀ ହୋଇଛି। ସେ ତାଙ୍କ ଅନୁସନ୍ଧାନ ଓ ପରୀକ୍ଷା ଦ୍ବାରା ଜାଣିବାକୁ ପାଇଥିଲେ ଯେ, ୧୮ଟି ତୀର୍ଥପୁଷ୍କରିଣୀ ଦୂଷିତ ହୋଇଛି। ଏଥିରୁ ୧୨ଟି ତୀର୍ଥପୁଷ୍କରିଣୀ ଏତେ ପରିମାଣର ଦୂଷିତ ହୋଇଛି ଯେ ସେଥିରେ ଆଙ୍ଗୁଠି ବୁଡ଼ାଇବା ବିପଜ୍ଜନକ।

- Advertisement -

ଏଥିପାଇଁ ସରକାର ନିଜ ଆଡୁ ଅନୁସନ୍ଧାନ କରି ଲୋକଙ୍କୁ ସତର୍କ କରିବା ପାଇଁ ତୀର୍ଥ ପୁଷ୍କରିଣୀ ପାର୍ଶ୍ବରେ ଦୂଷିତ ଜଳର ଫଳକ ମାରିବା ସହ ଆଗକୁ କିପରି ତା’ର ମାନ ଫେରାଇ ଆଣି ହେବ ତାହା ଉପରେ ପଦକ୍ଷେପ ନେବା ଜରୁରୀ ହୋଇଛି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories