www.samajalive.in
Sunday, December 7, 2025
26.1 C
Bhubaneswar

ନିଷ୍ପତ୍ତି ବଦଳାଇଲା ଟାଟାପାୱାର: ଚାଲିବ ଅକାମୀ ଦର୍ଶାଇଥିବା ମିଟର

ଭୁବନେଶ୍ବର : ସ୍ମାର୍ଟମିଟରକୁ ନେଇ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଏକାଧିକ ଅଭିଯୋଗ ଆସିବା ପରେ ଟାଟା ପାୱାର ନିଜ ନିଷ୍ପତ୍ତି ବଦଳାଇଛି। ଟାଟା ପାୱାର ଏକକାଳୀନ ବିନା ନୋଟିସ କିମ୍ବା ବିନା ସୂଚନାରେ ପ୍ରାୟ ୩ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଭିଜନଟେକ୍‌ ମିଟରକୁ ଖରାପ ଦର୍ଶାଇ ଅକାମୀ କରି ଦେଇଥିବା ବେଳେ ସେଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ନିର୍ଦେଶ ଦେଇଛି। ଏନେଇ ଟାଟା ପାୱାର ପକ୍ଷରୁ ବିଦ୍ୟୁତ୍‌ ବିଭାଗର ସମସ୍ତ ଡିଭିଜନର ଅଧିକାରୀଙ୍କୁ ଇ-ମେଲ ଜରିଆରେ ଅବଗତ କରାଯାଇଛି। ଯେଉଁ ବିଦ୍ୟୁତ୍‌ ଉପଭୋକ୍ତା ଗତମାସର ବିଦ୍ୟୁତ୍‌ ବିଲ ଦେଇ ନାହାନ୍ତି, ସେମାନେ ଚାହିଁଲେ ଆନୁମାନିକ ହିସାବରେ ବିଲ ଦେଇପାରିବେ। ଆଉ ଯେଉଁମାନେ ବିଲ୍‌ ଦେବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି, ତେବେ ଆସନ୍ତା ମାସର ବିଲ୍‌ ରିଡିଂ ନେବାପରେ ଦୁଇମାସର ବିଲ୍‌ ପ୍ରଦାନ କରିବେ ବୋଲି ଟାଟା ପାୱାର ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ଟାଟା ପାୱାର ଅକାମୀ ଦର୍ଶାଇଥିବା ମିଟର ଗୁଡିକୁ କାର୍ଯ୍ୟକ୍ଷମ କରିଥିବାରୁ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସମସ୍ୟା ଦୂର ହୋଇଛି। ଅପରପକ୍ଷେ ଟାଟାପାୱାରର ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପ୍ରତିି ରଚିଥିବା ସାଂଘାତିକ ଷଡଯନ୍ତ୍ର ପଦାରେ ପଡିଛି। ଭିଜନ ଟେକ୍‌ ମିଟରରେ ଅଧିକ ବିଲ୍‌ ଆସୁଛି। ମିଟର ରିଡିଂ ଜମ୍ପ କରୁଛି। ୪ ଡିଜିଟ୍‌ ନମ୍ବର ପରେ ମିଟର ଡିଜିଟ୍‌ ଆଗକୁ ନବଢ଼ି ୧ନମ୍ବରକୁ ଚାଲିଆସୁଥିବା କମ୍ପାନୀ କର୍ତ୍ତୃପକ୍ଷ ଉପଭୋକ୍ତାଙ୍କୁ କହୁଥିବା ବେଳେ ଏବେ କେମିତି ସେଇ ମିଟରକୁ କାର୍ଯ୍ୟକ୍ଷମ କରିବାକୁ ଅନୁମତି ଦେଲେ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି। ଆଉ କିଛି ବିଦ୍ୟୁତ୍‌ ଉପଭୋକ୍ତା ସ୍ମାର୍ଟ ମିଟର ଲଗାଇବା ପରେ ଅଧିକ ବିଲ୍‌ ଆସୁଥିବା ଅଭିଯୋଗ କରିଛନ୍ତି। ଏସବୁ ଅଭିଯୋଗ ସହିତ ଉପଭୋକ୍ତାଙ୍କ ଅସନ୍ତୋଷ ତୀବ୍ର ହେବାରୁ ଟାଟା ପାୱାର ପକ୍ଷରୁ ନୀତନ ମିଥ୍ରାଣୀ ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ମେଲ ଜରିଆରେ ଭିଜନଟେକ୍‌ ମିଟର କାର୍ଯ୍ୟକ୍ଷମ କରିବାକୁ କହିଥିବା ଜଣାପଡିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories