www.samajalive.in
Friday, December 5, 2025
17.1 C
Bhubaneswar

ଜାତୀୟ ଶିକ୍ଷା ନୀତି କର୍ମଶାଳା: ମୁଖ୍ୟମନ୍ତ୍ରୀ କହିଲେ ଗୁଣାତ୍ମକ ଶିକ୍ଷାକୁ ଦିଆଯାଉଛି ଗୁରୁତ୍ଵ

ଭୁବନେଶ୍ଵର: ରାଜ୍ୟରେ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତାକୁ ସୁଗମ କରିବା ପାଇଁ ଓଡ଼ିଶାରେ ତିନି ଦିନିଆ ଜାତୀୟ କର୍ମଶାଳା ଆଜିଠାରୁ ୨୩ ପର୍ଯ୍ୟନ୍ତ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି କର୍ମଶାଳାର ଉଦଘାଟନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନରେ କହିଛନ୍ତି ଶିକ୍ଷା ହେଉଛି ଶକ୍ତି ।  କାହିଁ କେଉଁ କାଳରୁ ଶିକ୍ଷାକୁ ଗୁରୁତ୍ଵ ଦିଆଯାଉଛି । ପ୍ରାଚୀନ କାଳରେ ଶିକ୍ଷା ପାଇଁ ଗୁରୁକୂଳରେ ସ୍ଵତନ୍ତ୍ର ବ୍ୟବସ୍ଥା ଥିଲା। ପିଲାମା​‌ନେ ଗୁରୁକୂଳରେ ରହି ପଢିବା ସହ ଅନ୍ୟ ଶିକ୍ଷା ନେଉଥିଲେ। ବ୍ରିଟିଶ୍ ଅମଳରେ ପିଲାଙ୍କ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ଵ ଦିଆଯାଉନଥିଲା। ଗୁଣାତ୍ମକ ଶିକ୍ଷା ଯୋଗାଇବାକୁ ଏବେ ନୂଆ ଶିକ୍ଷା ନୀତି ଅଣାଗଲା।  କେନ୍ଦ୍ର ଓ ରାଜ୍ୟ ସହଭାଗିତାରେ ଏନଇପି ୨୦୨୦ ଲାଗୁ ହେବାକୁ ଯାଉଛି। ଏହି କର୍ମଶାଳା ରାଜ୍ୟର ଶିକ୍ଷା ଗୋଷ୍ଠୀଙ୍କୁ ସଚେତନ କରିବ ଏବଂ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତିର ପର୍ଯ୍ୟାୟକ୍ରମେ କାର୍ଯ୍ୟକାରିତା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ। ରାଜ୍ୟ ସରକାର ପିଏମ୍ ଶ୍ରୀ ଯୋଜନାକୁ କାର୍ଯ୍ୟକାରୀ କରି ରାଜ୍ୟର ବିଦ୍ୟାଳୟଗୁଡ଼ିକୁ ଜାତୀୟ ଶିକ୍ଷା ନୀତି କାର୍ଯ୍ୟାନ୍ୱୟନ ପାଇଁ ଆଦର୍ଶ ବିଦ୍ୟାଳୟ ଭାବେ ଉନ୍ନୀତ କରୁଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories