www.samajalive.in
Tuesday, December 9, 2025
15.1 C
Bhubaneswar

ପୁଞ୍ଜିଲାଲ ବିରୋଧରେ ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ

ବଲାଙ୍ଗୀର : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ବିରୋଧରେ ଗୁରୁବାର କ୍ରାଇମବ୍ରାଞ୍ଚ୍ ଫାଇନାଲ୍ ଚାର୍ଜସିଟ୍ ଦାଖଲ କରିଛି। କ୍ରାଇମବ୍ରାଞ୍ଚ ଟିମ୍ ୭୬ ଜଣ ସାକ୍ଷୀଙ୍କ ବୟାନ ଓ ସାଇଣ୍ଟିଫିକ୍ ଟିମ୍ ବିଶେଷଜ୍ଞଙ୍କ ତଥ୍ୟକୁ ଆଧାର କରି ୬୫ ପୃଷ୍ଠାର ଚୂଡ଼ାନ୍ତ ଚାର୍ଜସିଟ୍ ପାଟଣାଗଡ଼ ଏସଡିଜେଏମ୍ କୋର୍ଟରେ ଦାଖଲ କରିଛି।

ଗତ ଅଗଷ୍ଟ ମାସରେ ଏହି ମାମଲାରେ କ୍ରାଇମବ୍ରାଞ୍ଚ ମଧ୍ୟବର୍ତ୍ତିକାଳୀନ ଚାର୍ଜସିଟ୍ ଦାଖଲ କରିଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର ଗିରଫ ହୋଇ ଏବେ ଜେଲରେ ଅଛନ୍ତି।

- Advertisement -

ଉଲ୍ଲେଖଯୋଗ୍ୟ, ଗତବର୍ଷ ଫେବୃଆରୀ ୨୩ ତାରିଖରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣରେ ସୌମ୍ୟଶେଖର ଓ ତାଙ୍କର ଜଣେ ସମ୍ପର୍କୀୟ ଜେଜେମାଆଙ୍କର ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କ ପତ୍ନୀ ରୀମାରାଣୀ ଆହତ ହୋଇଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତରୁ ଜଣାପଡ଼ିଥିଲା ଯେ, ସୌମ୍ୟଶେଖରଙ୍କ ମା’ଙ୍କ ସହିତ କଲେଜ ଅଧ୍ୟକ୍ଷ ପଦକୁ ନେଇ ପୁଞ୍ଜିଲାଲଙ୍କ ଶତ୍ରୁତା ଥିଲା। ସେହି କାରଣରୁ ପୁଞ୍ଜିଲାଲ ଏପରି ଷଡ଼ଯନ୍ତ୍ର ରଚି ଏହି ହତ୍ୟାକାଣ୍ଡ ଭିଆଇଥିଲେ। ୨ମାସ ପରେ ପୁଞ୍ଜିଲାଲଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories