www.samajalive.in
Monday, December 15, 2025
15.1 C
Bhubaneswar

ପ୍ରଖ୍ୟାତ ମାନସିକ ରୋଗ ବିଶେଷଜ୍ଞ ଡ. ଗୋପାଳ ଚନ୍ଦ୍ର କରଙ୍କ ପରଲୋକ

ଡେସ୍କ: ପ୍ରଖ୍ୟାତ ମାନସିକ ରୋଗ ବିଶେଷଜ୍ଞ ତଥା ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିତ୍ୱ ଡ. ଗୋପାଳ ଚନ୍ଦ୍ର କରଙ୍କର ଆଜି (ଜାନୁଆରି ୧୯) ୮୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ମାନସିକ ରୋଗ ନିଦାନ କ୍ଷେତ୍ରରେ ତାଙ୍କର ଅବଦାନ ଏବଂ ସମାଜସେବା ପ୍ରତି ତାଙ୍କର ସେବା ମନୋଭାବ ପାଇଁ ସେ ଜଣାଶୁଣା ଥିଲେ।

ଡକ୍ଟର କର ତାଙ୍କ କ୍ୟାରିୟରରେ ବିଭିନ୍ନ ସମ୍ମାନଜନକ ପଦବୀରେ ରହିଥିଲେ। ସେ ଡାକ୍ତରୀ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ, ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ମାନସିକ ରୋଗ ବିଭାଗର ଅଧ୍ୟକ୍ଷ ତଥା ମୁଖ୍ୟ ଏବଂ ପ୍ରଥମ ଓଡ଼ିଆ ଭାବେ ଇଣ୍ଡିଆନ ମେଡିକାଲ ଆସୋସିଏସନର ସଭାପତି ଥିଲେ। ସମାଜସେବା ପାଇଁ ସେ ବିଷୁବ ପୁରସ୍କାର ସମେତ ଅନେକ ପୁରସ୍କାର ଓ ସମ୍ମାନ ପାଇଥିଲେ। ସେ ମେଡିସିନ କ୍ଷେତ୍ରରେ ଭାରତର ସର୍ବୋଚ୍ଚ ସମ୍ମାନ ଡି.ଏଲ.ଏନ ମୂର୍ତ୍ତିରାଓ ପୁରସ୍କାର ମଧ୍ୟ ପାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories