www.samajalive.in
Saturday, December 6, 2025
26.1 C
Bhubaneswar

ସୈଫ୍‌ଙ୍କୁ ଆକ୍ରମଣ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ : ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ଘଟଣା।  ମୁଖ୍ୟ ଅଭିଯୁକ୍ତ ବିଜୟ ଦାସକୁ ଗିରଫ କଲା ବାନ୍ଦ୍ରା ପୁଲିସ୍ । ସୂଚନା ମୂତାବକ ଗତ ୧୬ ତାରିଖରେ ଜଣେ ବ୍ୟକ୍ତି ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍ ଏବଂ କରୀନା କପୁରଙ୍କ ଘରେ ପଶି ଅଭିନେତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଏବଂ ଘଟଣା ଘଟିବା ପରେ ଫେରାର୍ ହୋଇଯାଇଥିଲା। ଫଳରେ ଅଭିନେତା ସୈଫ୍ ଗୁରୁତର ହୋଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ୍ ସେ ସୁସ୍ଥ ଥିବା ଜଣାପଡିଛି। ଘଟଣା ଘଟିବାର ୩ ଦିନ ପରେ ପୁଲିସ୍ ଅଭିଯୁକ୍ତକୁ ଥାଣେରୁ ଗିରଫ କରିଛି। ଅଭିଯୁକ୍ତର ଘର ପଶ୍ଚିମବଙ୍ଗରେ ବୋଲି ସୂଚନା ମିଳିଛି। ଅଭିଯୁକ୍ତ ବିଜୟ ଦାସ ନାଁ ବଦଳାଇ ମୁମ୍ବାଇରେ ରହୁଥିଲା। ଏକ ରେଷ୍ଟୁରାଣ୍ଟରେ ସେ ସହାୟକ ଭାବରେ କାମ କରୁଥିଲା। ମେଟ୍ରୋ ପାଇଁ କାମ ଚାଲୁଥିବା କନଷ୍ଟ୍ରକ୍ସନ୍ ଲେବର କ୍ୟାମ୍ପରେ ଲୁଚିଥିଲା।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories