www.samajalive.in
Monday, December 8, 2025
27.1 C
Bhubaneswar

ଇମ୍ରାନଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ

ଇସଲାମାବାଦ: ଜମି ଦୁର୍ନୀତି ମାମଲାରେ ପାକିସ୍ତାନର ଏକ ଅଦାଲତ ଶୁକ୍ରବାର ପିଟିଆଇ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଏବଂ ବୁସ୍ରା ବିବିଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଇମ୍ରାନ ଓ ଅନ୍ୟ ଦୋଷୀମାନେ ‘ଅଲ କାଦିର ଟ୍ରଷ୍ଟ’ ନାମରେ ସଂଗଠନ ସ୍ଥାପନ କରି କୋଟି କୋଟି ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗ ହୋଇଥିଲା। ଏ ବାବଦରେ ପାକିସ୍ତାନ ସରକାରଙ୍କୁ ୧୯୦ ନିୟୁତ ପାଉଣ୍ଡ ଆର୍ଥିକ କ୍ଷତି ସହିବାକୁ ପଡିଥିଲା ବୋଲି କୁହାଯାଇଛି। ରାୱଲପିଣ୍ଡିର ଆଦିଲା ଜେଲରେ ନିର୍ମିତ ଅସ୍ଥାୟୀ ଅଦାଲତରେ ଏହି ଦଣ୍ଡାଦେଶ ଘୋଷଣା କରାଯାଇଛି। ବୁସ୍ରା ବିବି ଏହି ଟ୍ରଷ୍ଟର ଟ୍ରଷ୍ଟି ଅଛନ୍ତି। ଦୁର୍ନୀତି ନିବାରଣ ଅଦାଲତ ବହୁ ପୂର୍ବରୁ ଏମାନଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ ସୁଦ୍ଧା ଦଣ୍ଡାଦେଶକୁ ସ୍ଥଗିତ ରଖିଥିଲେ। ସୂଚନାଯୋଗ୍ୟ ଏକାଧିକ ମାମଲାରେ ଦୋଷୀସାବ୍ୟସ୍ତ ହୋଇ ଇମ୍ରାନ ବର୍ତ୍ତମାନ ଆଦିଲା ଜେଲରେ କଏଦୀ ଜୀବନ ଅତିବାହିତ କରୁଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories