www.samajalive.in
Monday, December 15, 2025
14.1 C
Bhubaneswar

ପିଏନବି ପକ୍ଷରୁ ଗ୍ରାହକଙ୍କୁ ୪୯.୪୬ ଲକ୍ଷର ଚେକ୍‌ ପ୍ରଦାନ

ଭୁବନେଶ୍ୱର: ପଞ୍ଜାବ ନ୍ୟାଶନାଲ୍‍ ବ୍ୟାଙ୍କ(ପିଏନବି), ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ରାଜେଶ କୁମାର ପିଏନ୍‌ବି କଟକ ମଣ୍ଡଳର ମହାକାଳପଡା ଶାଖା ଅନ୍ତର୍ଗତ ଗୃହଋଣ ଆକାଉଣ୍ଟଧାରୀ ମୃତ ମନୋରଞ୍ଜନ ସାହୁଙ୍କ ମନୋନୀତ ବ୍ୟକ୍ତି ଝରଣା ସ୍ୱାଇଁଙ୍କୁ ୪୯.୪୬ଲକ୍ଷ ଟଙ୍କାର ବୀମା ଚେକ୍‌ ପ୍ରଦାନ କରିଛନ୍ତି । ମନୋରଞ୍ଜନ ସାହୁଙ୍କର ହୃଦ୍‌ଘାତରେ ମୃତ୍ୟୁ ପରେ, ପିଏନ୍‌ବି ମେଟ୍‌ ଲାଇଫ୍‌ର କ୍ରେଡିଟ୍‌ ଲାଇଫ୍‌ ବୀମା ଯୋଜନା (ମେଟ୍‌ ଋଣ ଏବଂ ଜୀବନ ସୁରକ୍ଷା) ଅଧୀନରେ ଏହା ସମାଧାନ କରାଯାଇଥିଲା (ପଲିସି ଅବଧି ୧ ବର୍ଷ ୮ ମାସ ୫ ଦିନ) । ଅଞ୍ଚଳ ମୁଖ୍ୟ ରାଜେଶ କୁମାର କହିଥିଲେ ଯେ କ୍ରେଡିଟ୍‌ ଲାଇଫ୍‌ ବୀମା ଯୋଜନା ପିଏନ୍‌ବିର ଋଣଗ୍ରହୀତାମାନଙ୍କୁ ଋଣ ସୁରକ୍ଷା ପ୍ରଦାନ କରିଥାଏ। ଋଣଗ୍ରହୀତାଙ୍କ ମୃତ୍ୟୁ କ୍ଷେତ୍ରରେ, ମନୋନୀତ ବ୍ୟକ୍ତି ବୀମା ରାଶି ପାଇବାକୁ ହକ୍‌ଦାର୍‌, ଯାହା ବକେୟା ଋଣକୁ ଭରଣା କରିବା ସହ ପରିବାର ଉପରେ ଋଣ ପରିଶୋଧ ଭାର ନ ପଡିବାକୁ ନିଶ୍ଚିତ କରିଥାଏ। ମନୋରଞ୍ଜନ ସାହୁ ଡିସେମ୍ବର ୨୦୨୨ରେ ୫୦ଲକ୍ଷ ଟଙ୍କାର ଗୃହ ଋଣ ନେଇଥିଲେ। ବୀମା କଭରେଜ ସ୍ୱରୂପ ଝରଣା ସ୍ୱାଇଁଙ୍କୁ ୪୯.୪୬ଲକ୍ଷ ଟଙ୍କାର ସମାଧାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉପ-ଅଞ୍ଚଳ ମୁଖ୍ୟ କ୍ଷେତ୍ରବାସୀ ମିଶ୍ର, କଟକ ମଣ୍ଡଳର ମଣ୍ଡଳ ମୁଖ୍ୟ ଜଗବନ୍ଧୁ ପାଢୀ, ଉପ-ମଣ୍ଡଳ ମୁଖ୍ୟ ସୂର୍ଯ୍ୟମଣୀ ସାହୁ, ମହାକାଳପଡା ଶାଖାର ଶାଖା ପ୍ରବନ୍ଧକ କେଶବ ସାହୁ ଏବଂ ଋଣ ଅଧିକାରୀ ମାନସ ରଞ୍ଜନ ନାୟକ, ଜୋନାଲ ମାର୍କେଟିଂ ମୁଖ୍ୟ ନିରଞ୍ଜନ ମିଶ୍ର, ଭୁବନେଶ୍ୱର ଅଞ୍ଚଳର ସହାୟକ ମହାପ୍ରବନ୍ଧକ ବିଜୟ କୁମାର ମିଶ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ। ଏହି ଅବସରରେ ପିଏନ୍‌ବି ମେଟ୍‌ ଲାଇଫ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନୀ ଲିଃର ପ୍ରନିନିଧିଗଣ ଏବଂ ଉପ ଅଞ୍ଚଳ ବ୍ୟବସାୟ ମୁଖ୍ୟ ପଙ୍କଜ କୁମାର ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories