www.samajalive.in
Sunday, December 14, 2025
19.1 C
Bhubaneswar

ରୁଷ ସେନାରେ ଯୋଗଦେଇଥିବା ୧୮ ଭାରତୀୟଙ୍କ ମଧ୍ୟରୁ ୧୬ ନିଖୋଜ

ସମାଜ ଡିଜିଟାଲ ଡେସ୍କ: ରୁଷ ସେନାରେ ଯୋଗଦେଇଥିବା ୧୮ ଭାରତୀୟଙ୍କ ମଧ୍ୟରୁ ୧୬ ଜଣ ନିଖୋଜ ଅଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧରେ କେରଳର ଜଣେ ଯବାନ ପ୍ରାଣ ହରାଇବା ପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ଜାରି କରାଯାଇଛି। କେରଳର ମୃତ ଯବାନଙ୍କ ମରଶରୀରକୁ ଭାରତ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଥିବା ମନ୍ତ୍ରଣାଳୟ କହିଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ରୁଷ ସେନାରେ ୧୨୬ ଜଣ ଯବାନ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରୁ ୯୬ ଜଣଙ୍କୁ ଫେରାଇ ଅଣାଯାଇଛି। ବର୍ତ୍ତମାନ ସୁଦ୍ଧା ୧୮ ଭାରତୀୟ ରୁଷ ସେନାରେ ସାମିଲ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୧୬ ଜଣ ଏବେ ସୁଦ୍ଧା ନିଖୋଜ ଅଛନ୍ତି। ଅନ୍ୟ ୧୨ ଯବାନଙ୍କ ମୃତ୍ୟୁ ଘଟିଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସଓ୍ବାଲ କହିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories