www.samajalive.in
Sunday, December 14, 2025
19.1 C
Bhubaneswar

ହଂସିତାଙ୍କ ନାମରେ ଆଉ ଏକ ମାମଲା

ଭୁବନେଶ୍ୱର: ଇନଫୋସିଟି ଥାନାରେ ପୁଲିସ ହଂସିତାଙ୍କ ନାମରେ ଆଉ ଏକ ମାମଲା ରୁଜୁ କରିଛି। ଫଳରେ ହାଇପ୍ରୋଫାଇଲ ଠକ ହଂସିତା ପାଇଁ ଅଡୁଆ ବଢ଼ିଲା। ୨୦୨୩ରେ ପ୍ରକୃତ ନାମ ଲୁଚାଇ ହଂସିତା ପାସପୋର୍ଟ ତିଆରି କରିଥିଲେ। ସେ ତାଙ୍କର ପ୍ରକୃତ ନାମ ବିଷ୍ଣୁପ୍ରିୟା ଚାନ୍ଦ ବଦଳରେ ହଂସିତା ନାମରେ ପାସପୋର୍ଟ କରିଥିଲେ। ୨୦୧୭ରେ ଏକ ମାମଲା ଥିବାରୁ ନିଜ ନାମ ବଦଳାଇ ପାସପୋର୍ଟ କରିଥିଲେ।

ଭାରତୀୟ ନ୍ୟାୟ ସଂହିତା(ବିଏନଏସ) ୪୧୭, ୪୧୯, ୪୨୦, ୪୬୮, ୪୭୧ ଓ ୧୨ ଦଫାରେ ହଂସିତାଙ୍କ ନାମରେ ଇନଫୋସିଟି ଥାନାରେ ପୁଲିସ ମାମଲା ରୁଜୁ କରିଛି। ଇନଫୋସିଟି ଥାନାରେ ଆଉ ଏକ ମାମଲା ରୁଜୁ ପରେ ଏ ସମ୍ପର୍କରେ ପୁଲିସ ଭୁବନେଶ୍ୱର ଜେଏମ୍‌‌ଏଫସି ୨ କୋର୍ଟଙ୍କୁ ଅବଗତ କରିଛି। ଏହି ମାମଲା ସମ୍ପର୍କରେ ଅବଗତ କରାଯିବା ପାଇଁ ବ୍ୟକ୍ତିଗତ ଭାବେ ହଂସିତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାଙ୍କ ନାମରେ ରୁଜୁ ହୋଇଥିବା ମାମଲା ସମ୍ପର୍କରେ ହଂସିତାଙ୍କୁ କୋର୍ଟ ଅବଗତ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories