www.samajalive.in
Saturday, December 6, 2025
26.1 C
Bhubaneswar

ହଂସିତାଙ୍କ ନାମରେ ଆଉ ଏକ ମାମଲା

ଭୁବନେଶ୍ୱର: ଇନଫୋସିଟି ଥାନାରେ ପୁଲିସ ହଂସିତାଙ୍କ ନାମରେ ଆଉ ଏକ ମାମଲା ରୁଜୁ କରିଛି। ଫଳରେ ହାଇପ୍ରୋଫାଇଲ ଠକ ହଂସିତା ପାଇଁ ଅଡୁଆ ବଢ଼ିଲା। ୨୦୨୩ରେ ପ୍ରକୃତ ନାମ ଲୁଚାଇ ହଂସିତା ପାସପୋର୍ଟ ତିଆରି କରିଥିଲେ। ସେ ତାଙ୍କର ପ୍ରକୃତ ନାମ ବିଷ୍ଣୁପ୍ରିୟା ଚାନ୍ଦ ବଦଳରେ ହଂସିତା ନାମରେ ପାସପୋର୍ଟ କରିଥିଲେ। ୨୦୧୭ରେ ଏକ ମାମଲା ଥିବାରୁ ନିଜ ନାମ ବଦଳାଇ ପାସପୋର୍ଟ କରିଥିଲେ।

ଭାରତୀୟ ନ୍ୟାୟ ସଂହିତା(ବିଏନଏସ) ୪୧୭, ୪୧୯, ୪୨୦, ୪୬୮, ୪୭୧ ଓ ୧୨ ଦଫାରେ ହଂସିତାଙ୍କ ନାମରେ ଇନଫୋସିଟି ଥାନାରେ ପୁଲିସ ମାମଲା ରୁଜୁ କରିଛି। ଇନଫୋସିଟି ଥାନାରେ ଆଉ ଏକ ମାମଲା ରୁଜୁ ପରେ ଏ ସମ୍ପର୍କରେ ପୁଲିସ ଭୁବନେଶ୍ୱର ଜେଏମ୍‌‌ଏଫସି ୨ କୋର୍ଟଙ୍କୁ ଅବଗତ କରିଛି। ଏହି ମାମଲା ସମ୍ପର୍କରେ ଅବଗତ କରାଯିବା ପାଇଁ ବ୍ୟକ୍ତିଗତ ଭାବେ ହଂସିତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାଙ୍କ ନାମରେ ରୁଜୁ ହୋଇଥିବା ମାମଲା ସମ୍ପର୍କରେ ହଂସିତାଙ୍କୁ କୋର୍ଟ ଅବଗତ କରିଥିଲେ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories