www.samajalive.in
Sunday, December 14, 2025
17.1 C
Bhubaneswar

ରାସ୍ତାରେ ଅଟକିଥିବା ବସକୁ ଧକ୍କା ଦେଲା କାର, ଚାଲିଗଲା ୯ ଜୀବନ

ସମାଜ ଡିଜିଟାଲ ଡେସ୍କ: ରାସ୍ତାରେ ଅଟକି ରହିଥିବା ଏକ ବସକୁ ଗୋଟିଏ କାର ଧକ୍କା ଦେବା ଫଳରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳ ପ୍ରାୟ ୧୦ଟାରେ ନାସିକ ଜାତୀୟ ରାଜପଥର ନାରାୟଣଗାଓଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ନିକଟ ଜୁନାର ଗ୍ରାମର ବୋଲି ସୂଚନା ମିଳିଛି।

ଏସପି ପଙ୍କଜ ଦେଶମୁଖ କହିଛନ୍ତି, ମହାରାଷ୍ଟ୍ର ପରିବହନ ବିଭାଗର ଏକ ବସ ମହାବଳେଶ୍ଵରରୁ ନାସିକ ଯାଉଥିଲା। ନାରାୟଣଗାଓଁ ନିକଟରେ ବସଟି ଖରାପ ହୋଇଯିବାରୁ ରାସ୍ତାପାର୍ଶ୍ବରେ ଅଟକି ରହିଥିଲା। ଫଳରେ ଯାତ୍ରୀମାନେ ବାହାରକୁ ଆସି ବୁଲାବୁଲି କରୁଥିଲେ। ଏକ କାର ବସ୍‌ର ନିକଟତର ହେବା ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ଟେମ୍ପୋ କାରଟିକୁ ଧକ୍କା ଦେଇଥିଲା। ଫଳରେ କାରଟି ବସ ସହିତ ଧକ୍କା ହେବା ସହିତ ଟେମ୍ପୋ ଏବଂ ବସ ମଝିରେ ଫଶିଯାଇଥିଲା। କାରରେ ଥିବା ୯ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ କାର ମାଲିକ ସମ୍ପୃକ୍ତ ଅଛନ୍ତି। ସେ କିଛି ଶ୍ରମିକଙ୍କୁ ନିଜ ଗାଡ଼ିରେ ପାଖ ଗାଁରେ ଛାଡ଼ିବାକୁ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories