www.samajalive.in
Sunday, December 14, 2025
17.1 C
Bhubaneswar

ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼, ଘରେ ପଶି ଆକ୍ରମଣ କଲେ ଦୁର୍ବୃତ୍ତ

ସମାଜ ଡିଜିଟାଲ ଡେସ୍କ: ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ କରାଯାଇଛି। ମୁମ୍ବଇର ବାନ୍ଦ୍ରାସ୍ଥିତ ବାସଭବନରେ ଥିବାବେଳେ ଦୁର୍ବୃତ୍ତ ଘରେ ପଶି ତାଙ୍କୁ ଆକ୍ରମଣ କରିଛି। ୨/୩ ଥର ତାଙ୍କୁ ଛୁରାମାଡ଼ କରାଯାଇଛି। ଘଟଣା ପରେ ସୈଫଙ୍କୁ ସ୍ଥାନୀୟ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କ୍ଷତ ସ୍ଥାନରେ ଅପରେସନ କରଯାଉଥିବା ସୂଚନା ମିଳିଛି। ସୈଫଙ୍କ ହାତ, ପିଠି ଏବଂ ବେକରେ ଆଘାତ ଲାଗିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତି ପ୍ରାୟ ୨ଟାରେ ଏହି ଘଟଣା ଘଟିଛି। ଘଟଣା ସମୟରେ ସୈଫ ବାନ୍ଦ୍ରାସ୍ଥିତ ୧୧ ମହଲାରେ ଥିବା ଫ୍ଲାଟରେ ଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ। ଘରେ କାର୍ଯ୍ୟରତ ଘରୋଇ ସହାୟକଙ୍କ ସହିତ ଦୁର୍ବୃତ୍ତଙ୍କର ଯୁକ୍ତିତର୍କ ହୋଇଥିଲା। ସୈଫ ଉକ୍ତ ଦୁର୍ବୃତ୍ତଙ୍କୁ କାବୁ କରିବା ଉଦ୍ୟମ କରିଥିଲେ। କିନ୍ତୁ ଦୁର୍ବୃତ୍ତ ଜଣକ ତାଙ୍କୁ ଛୁରିରେ ଆକ୍ରମଣ କରି ଫେରାର ହୋଇଯାଇଥିଲା। ବାନ୍ଦ୍ରା ପୁଲିସ ଏବଂ କ୍ରାଇମବ୍ରାଞ୍ଚ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଦୁର୍ବୃତ୍ତ ଚୋରି କରିବାକୁ ଘରେ ପଶିଥିବା କୁହାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories