www.samajalive.in
Monday, December 15, 2025
14.1 C
Bhubaneswar

ଧନୁପାଲିରେ ହେବ ପଶ୍ଚିମ ଓଡିଶାସ୍ତରୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ

ସମ୍ବଲପୁର: ଆଗାମୀ ଫେବୃଆରୀ ୨ ଓ ୩ ତାରିଖରେ ଧନୁପାଲିସ୍ଥିତ ଗିରିଜା ନଗରଠାରେ ପଶ୍ଚିମ ଓଡିଶାସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ। ଏହି ମର୍ମରେ ସୌରଭ ରଞ୍ଜନ ମହାପାତ୍ରଙ୍କ ଆବାହକତ୍ୱରେ ଧନୁପାଲିସ୍ଥିତ ଗୋପାଲ ଜୀ ମନ୍ଦିରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆବାହକ ସୌରଭ ରଞ୍ଜନ ମହାପାତ୍ର ସମ୍ବଲପୁରରେ ଏକ ପଶ୍ଚିମ ଓଡ଼ିଶା ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପ୍ରସ୍ତାବ ରଖିଥିଲେ। ପ୍ରସ୍ତାବକୁ ସୁରଜ୍ ଗୁରୁ ସମର୍ଥନ କରିଥିଲେ। ସ୍ଥାନୀୟ “ଗିରିଜା ନଗର” ସ୍ଥିତ ବ୍ୟାଡମିଣ୍ଟନ୍ ଖେଳ ପଡିଆରେ “ଶ୍ରୀ ବ୍ରଜ ଗିରୀରାଜ୍ ସେବା ସଂସ୍ଥାନ ଟ୍ରଷ୍ଟ” ଓ “ୱେଷ୍ଟର୍ନ     ଓଡିଶା ସ୍ପୋର୍ଟ୍ସ ଏକାଡେମୀ” ତରଫରୁ ‘ବୀର ସୁରେନ୍ଦ୍ର ସାଏ ବ୍ୟାଡମିଣ୍ଟନ୍ ପ୍ରିମିୟର୍ ଲିଗ୍’ ଅନୁଷ୍ଠିତ ହେବାର ସ୍ଥିରୀକୃତ ହୋଇଛି। କାର୍ଯ୍ୟକ୍ରମ ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଛି। କମିଟିରେ ଅଧ୍ୟକ୍ଷ ଭାବେ ଦେବାଶିଷ ପୁରୋହିତ, ସଂଯୋଜକ ଭାବେ ସୌରଭ ରଂଜନ ମହାପାତ୍ର, ସଭାପତି ଉତପଲ୍ ଦାସ, ଉପସଭାପତି ଦୀପକ କୁମାର ମଲ୍ଲିକ, ସଚିବ କୃତିବାସ୍ ଦ୍ୱିବେଦୀ, ସହକାରୀ ସଚିବ ଅବିନାଶ ପୁରୋହିତ, କୋଷାଧ୍ୟକ୍ଷ ଭାବେ ସୁରଜ ଗୁରୁଙ୍କୁ ସର୍ବସମ୍ମତିରେ ଚୟନ କରାଯାଇଛି।

କାର୍ଯ୍ୟକ୍ରମ ସମୟରେ ଖେଳ ପଡିଆର ପ୍ରସ୍ତୁତି, ରକ୍ଷଣ ବେକ୍ଷଣ ତଥା ଦଳ ସଂଯୋଜନା ପାଇଁ ଫିଲଡ ଆଣ୍ଡ ଟିମ କୋଅର୍ଡିନେଟର ଭାବେ ଦୀନେଶ କୁମାର ମଲ୍ଲିକ, ସୁବ୍ରତ କୁମାର ପ୍ରଧାନ, ବିଶ୍ୱଜିତ ପ୍ରଧାନ, ସିଶିର କୁମାର ବେହେରା, ଶିବାଶିଷ ମାଲୁଆ ଓ ଖେଳାଳୀ ଙ୍କ ସ୍ବାଗତ, ରହଣି ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଓ ଖାଦ୍ୟ ବ୍ୟବସ୍ଥା ପାଇଁ ଏକ ଅଭ୍ୟର୍ଥନା ଓ ଖାଦ୍ୟ କମିଟିର ଗଠନ କରାଯାଇ ସୁମନ୍ତା ବେହେରା ଓ ସତୀଶ ପାଣିଗ୍ରାହୀଙ୍କୁ ଦାୟିତ୍ଵ ଦିଆଯାଇଛି। ଡ଼ା. ବିଜୟ କୁମାର ଦାସ, ଅରବିନ୍ଦ ନାୟକ, ରାଜେନ୍ଦ୍ର ନାରାୟଣ ମହାପାତ୍ର, ରଘୁମଣି ନାୟକ, ମୃତ୍ୟୁଞ୍ଜୟ ମଲ୍ଲିକ, ଆଦିତ୍ୟ କୁମାର ମଲ୍ଲିକଙ୍କୁ ନେଇ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଥିଲା। ଏହା ସଙ୍ଗେ ସଙ୍ଗେ ସମ୍ବଲପୁର ସହରରେ କେମିତି ଏକ ‘ଇନଡୋର ଷ୍ଟାଡିୟମ’ ନିର୍ମାଣ ହୋଇପାରିବ ସେ ଦିଗରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ଦିଗରେ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସ୍ଥିରୀକୃତ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories