www.samajalive.in
Sunday, December 14, 2025
19.1 C
Bhubaneswar

ଛାଡ଼ପତ୍ର ବିନା ଅଲଗା ରହୁଥିବା ମହିଳା କରିପାରିବେ ଗର୍ଭପାତ, ଆବଶ୍ୟକ ନାହିଁ ସ୍ଵାମୀଙ୍କ ଅନୁମତି

ଚଣ୍ଡିଗଡ଼: ଛାଡ଼ପତ୍ର ବିନା ସ୍ୱାମୀଙ୍କଠାରୁ ଅଲଗା ରହୁଥିବା ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିନା ଅନୁମତିରେ ମଧ୍ୟ ଗର୍ଭପାତ କରାଇପାରିବେ। ଏଭଳି ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି ପଞ୍ଜାବ-ହରିୟାଣା ହାଇକୋର୍ଟ। ୧୮ ସପ୍ତାହର ଗର୍ଭବତୀ ଥିବା ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିନା ଅନୁମତିରେ ଗର୍ଭପାତ କରିବାକୁ ମୋହାଲୀର ଫୋର୍ଟିସ୍ ହସ୍ପିଟାଲକୁ ନିର୍ଦ୍ଦେଶ ଦେବାକୁ କୋର୍ଟରେ ଆବେଦନ କରିଥିଲେ। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି। ଆବେଦନକାରୀ କହିଥିଲେ ଯେ, ଗର୍ଭପାତ ପାଇଁ ନିର୍ଦ୍ଧାରିତ ସମୟରୁ ଅଧିକ ହୋଇ ନ ଥିବାରୁ ଡାକ୍ତରୀ ଚିକିତ୍ସା ଅନୁସାରେ ତାଙ୍କ ଗର୍ଭପାତ କରାଯାଇପାରେ।

ଆବେଦନକାରୀଙ୍କ ଓକିଲ ଯୁକ୍ତି ବାଢିଥିଲେ ଯେ, ମହିଳାଜଣକ କମ୍‌ ଯୌତୁକ ଆଣିଥିବାରୁ ଶାଶୁଘର ଲୋକଙ୍କ ଦ୍ୱାରା ନିର୍ଯାତିତ ହୋଇଛନ୍ତି ଏବଂ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଏହି ନିର୍ଯାତନା କାରଣରୁ ମହିଳାଜଣକ ଅଲଗା ରହିବା ଆରମ୍ଭ କରିଥିଲେ ଏବଂ ଅନୁଭବ କରିଥିଲେ ଯେ, ଅବାଞ୍ଛିତ ଗର୍ଭ ତାଙ୍କ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ଗଭୀର କ୍ଷତି ପହଞ୍ଚାଇବ।

- Advertisement -

ଅଦାଲତ କହିଛନ୍ତି ଯେ, ଆବେଦନକାରୀ ଘରୋଇ ହିଂସା କାରଣରୁ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଛନ୍ତି, କିନ୍ତୁ ଆଇନଗତ ଭାବରେ ଛାଡପତ୍ର ହୋଇନାହିଁ। ତଥାପି ବୈବାହିକ ସ୍ଥିତିରେ ପରିବର୍ତ୍ତନ ଆଧାରରେ ତାଙ୍କ ସ୍ୱାମୀଙ୍କ ସହମତି ବିନା ସେ ଗର୍ଭପାତ କରିବାକୁ ଯୋଗ୍ୟ। ହାଇକୋର୍ଟ କହିଛନ୍ତି ଯେ, ଅବାଞ୍ଛିତ ଗର୍ଭଧାରଣ ପାଇଁ ବାଧ୍ୟ ହେବାଦ୍ଵାରା ଜଣେ ମହିଳା ଶାରୀରିକ ତଥା ଭାବଗତ ଆହ୍ବାନର ସମ୍ମୁଖୀନ ହୋଇପାରନ୍ତି। ଶିଶୁ ଜନ୍ମ ପରେ ମଧ୍ୟ ଏପରି ଗର୍ଭାବସ୍ଥାର ପରିଣାମ ସହିତ ମୁକାବିଲା କରିବା ଆବେଦନକାରୀଙ୍କ ଉପରେ ଅତିରିକ୍ତ ବୋଝ ଲଦିଥାଏ। ଏହାଦ୍ଵାରା ଜୀବନର ଅନ୍ୟାନ୍ୟ ସୁଯୋଗ ଯେପରିକି ରୋଜଗାର ଏବଂ ନିଜ ପରିବାରର ଆୟରେ ଯୋଗଦାନ କରିବାର କ୍ଷମତା ଆଦି ପ୍ରଭାବିତ ହୋଇଥାଏ।

ଏସବୁ କଥାକୁ ଦୃଷ୍ଟିରେ ରଖି କୋର୍ଟ ଏହି ଆବେଦନକୁ ଗ୍ରହଣ କରିଛନ୍ତି ଏବଂ ଆଦେଶର ତିନି ଦିନ ମଧ୍ୟରେ ସମ୍ପୃକ୍ତ ମୁଖ୍ୟ ଚିକତ୍ସା ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଆବେଦନକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଯଦିଓ ଆବେଦନକାରୀ ବିଧବା କିମ୍ବା ଛାଡପତ୍ର ବର୍ଗରେ ନାହାଁନ୍ତି, ତଥାପି ସେ ଆଇନଗତ ଛାଡପତ୍ର ନ ନେଇ ସ୍ୱାମୀଙ୍କଠାରୁ ଅଲଗା ରହିବାକୁ ନିଷ୍ପତ୍ତି ନେଇଥିବାରୁ ସେ ଗର୍ଭପାତ କରିବାକୁ ଯୋଗ୍ୟ ବୋଲି ଅଦାଲତ କହିଛନ୍ତି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories