www.samajalive.in
Sunday, December 7, 2025
13.1 C
Bhubaneswar

ଜାଣନ୍ତୁ ଜିଓର ଏହି ଶସ୍ତା ରିଚାର୍ଜ ପ୍ଲାନ୍‌, ମାଗଣାରେ ମିଳିବ ୨୦ ଜିବି ଡାଟା ସହ ଅନ୍ୟାନ୍ୟ ସୁବିଧା..

ନୂଆଦିଲ୍ଲୀ : ଜିଓ ଅନେକ ସମୟରେ ବିଭିନ୍ନ ଆକର୍ଷଣୀୟ ଅଫର୍‌ ଉପଭୋକ୍ତାଙ୍କ ପାଇଁ ଆଣିଥାଏ । ଯଦି ଅଧିକ ଡାଟା ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ୭୪୯ ଟଙ୍କାର ଏହି ନୂଆ ପ୍ଲାନ୍‌ରେ ୭୨ ଦିନ ସମୟସୀମା ପର୍ଯ୍ୟନ୍ତ ଆସିଥାଏ । ଯେଉଁମାନେ ଅଧିକ ଡାଟା ବ୍ୟବହାର କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହି ପ୍ଲାନ୍‌ ଖୁବ୍‌ ଆକର୍ଷଣୀୟ ଓ ଲାଭଦାୟକ । ଏହି ପ୍ଲାନ୍‌ରେ କମ୍‌ ଟଙ୍କାରେ ଅଧିକରୁ ଅଧିକ ଡାଟା ପାଇ ପାରିବେ । ଏହି ପ୍ଲାନ୍‌ରେ ୧୬୪ ଜିବି ହାଇ-ସ୍ପିଡ୍‌ ଡାଟା ମିଳିବ । ଏଥିରେ ନିୟମିତ ୨ ଜିବି ଡାଟା ଓ ୨୦ ଜିବି ଅତିରିକ୍ତ ଡାଟା ସାମିଲ ରହିଛି।

ଏହି ପ୍ଲାନ୍‌ରେ ଅସୀମିତ କଲିଙ୍ଗ୍‌ ଓ ନିୟମିତ ୧୦୦ ଏସଏମଏସ୍‌ ସୁବିଧା ମଧ୍ୟ ମିଳିବ । ଏହାସହ ଜିଓ ସିନେମାର ମାଗଣାରେ ସବସ୍କ୍ରିପସନ୍‌ ମଧ୍ୟ ସାମିଲ ରହିଛି । ଅଧିକ ସମୟସୀମା ଓ ଅତିରିକ୍ତ ଡାଟା ସହ ଏହି ପ୍ଲାନ୍‌ ଅଧିକ ଡାଟା ଆବଶ୍ୟକ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଲାଭଦାୟକ।

- Advertisement -

ଅନ୍ୟାନ୍ୟ ସୁବିଧା ସହ ଅଧିକ ଡାଟା ପାଇବା ପାଇଁ ୧,୦୨୯ ଟଙ୍କାର ପ୍ଲାନ୍‌ ମଧ୍ୟ ଚୟନ କରି ପାରିବେ। ଏହି ପ୍ଲାନ୍‌ର ସମୟସୀମା ୮୪ ଦିନ ପର୍ଯ୍ୟନ୍ତ । ଏହାସହ ଏଥିରେ ୧୬୮ ଜିବି ହାଇ-ସ୍ପିଡି ଡାଟା ମିଳିବ । ଅର୍ଥାତ୍‌ ନିୟମିତ ୨ ଜିବି ଡାଟା ମିଳିବ।

୧୮ ବର୍ଷ ପରେ ଏକାଠି ହେବେ ଶୁକ୍ର-ରାହୁ: ଏହି ୩ ରାଶିଙ୍କ ଉପରେ ହେବ ଧନ ବର୍ଷା, ବିବାହ,ଖୋଲିବ ବନ୍ଦ ଭାଗ୍ୟର ତାଲା..

ଏଥିରେ ଅସୀମିତ କଲିଙ୍ଗ୍‌ ଓ ନିୟମିତ ୧୦୦ ଏସ୍‌ଏମ୍‌ଏସ୍‌ ମଧ୍ୟ ମିଳିବ । ଏହାସହ ଜିଓ ସିନେମା ମାଗଣାରେ ମିଳିବା ସହ ଆମାଜନ୍‌ ପ୍ରାଇମ୍‌ ଲାଇଟ୍‌ ସୁବିଧା ମଧ୍ୟ ମାଗଣାରେ ମିଳିବ । ଫିଲ୍ମ ଓ ବିଭିନ୍ନ ଶୋ’ ଦେଖିବାକୁ ଇଚ୍ଛା କରୁଥିବା ଉପଭୋକ୍ତାଙ୍କ ପାଇଁ ଏହି ପ୍ଲାନ୍‌ ଲାଭଦାୟକ।

ନିକଟରେ ରିଲାଏନ୍ସ ଜିଓ ଘୋଷଣା କରିଛି, କିଛି ଚୟନ ହୋଇଥିବା ଜିଓ ଫାଇବର ଓ ଜିଓ ଏୟାର ଫାଇବର ପୋଷ୍ଟପେଡ୍‌ ଉପଭୋକ୍ତାଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ୟୁଟ୍ୟୁବ୍‌ ପ୍ରିମିୟମ୍‌ ମାଗଣାରେ ମିଳିବ । ଏହି ଅଫର୍‌ ୮୮୮ ଟଙ୍କା ପ୍ରତି ମାସରେ ଆରମ୍ଭ ହେଉଥିବା ପୋଷ୍ଟପେଡ୍‌ ପ୍ଲାନ୍‌ରେ ମିଳିବ । ଏହି ପ୍ଲାନ୍‌ରେ ୩୦ ଏମ୍‌ବିପିଏସ୍‌ ଠାରୁ ଆରମ୍ଭ କରି ୧ ଜିବିପିଏସ୍‌ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସ୍ପିଡ୍‌ ମିଳିବ । ପ୍ରତି ମାସକୁ ୟୁଟ୍ୟୁବ୍‌ ପ୍ରିମିୟମ୍‌ର ଦାମ୍‌ ସାଧାରଣତଃ ୧୪୯ ଟଙ୍କା ।ଏଥିରେ ବିଜ୍ଞାପନ ମୁକ୍ତ ଭିଡିଓ ଷ୍ଟ୍ରିମିଙ୍ଗ୍‌, ୟୁଟ୍ୟୁବ୍‌ ମ୍ୟୁଜିକ୍‌ ପ୍ରିମିୟମ୍‌, ଅଫଲାଇନ୍‌ ଡାଉଲଲୋଡ୍‌ ଭଳି ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories