www.samajalive.in
Sunday, December 14, 2025
17.1 C
Bhubaneswar

ଅନ୍ଧ ବାପାର କରୁଣ କାହାଣୀ, ସରକାରୀ ସାହାଯ୍ୟ ଅପେକ୍ଷାରେ ପରିବାର

ରାଜନଗର: ଦିନେ ମାଆ ସ୍ବପ୍ନ ଦେଖିଥିଲା ଝିଅକୁ ପାଠପଢାଇ ବଡ଼ ମଣିଷ କରିବ । ଦୁନିଆ ବଡଦାଣ୍ଡରେ ଏକମାତ୍ର ଝିଅକୁ ପ୍ରତିଷ୍ଠିତ କରିବା ପାଇଁ ମାଆ ଆଖିରେ ନିଦ ନ ଥିଲା । ପ୍ରତିକୂଳ ପରିସ୍ଥିତି ସତ୍ୱେ ମାଆ ମୁଲ ଲାଗି ଅନ୍ଧ ସ୍ୱାମୀକୁ ପୋଷିବା ସହ ଝିଅକୁ ରାଜକନିକା କଲେଜରେ ପାଠ ପଢ଼ାଉଥିଲେ । ଝିଅ ପରିବାରର ଆର୍ଥିକ ସ୍ଥିତି ଜାଣିଥିବାରୁ ନିଜେ ପାଠ ପଢିବା ସହିତ ଟିଉସନ କରି ନିଜର ଖର୍ଚ୍ଚ ଉଠାଉଥିଲା । ସେତିକିରେ ଦୁଃଖ ସରିଲା ନାହିଁ । ଦିନକୁ ଦିନ ଝିଅର ମେରୁଦଣ୍ଡ ବଙ୍କିବାରେ ଲାଗିଲା । ଚଳପ୍ରଚଳ କଷ୍ଟକର ହେଲା ।  ଏଭଳି ଏକ ପରିସ୍ଥିତି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ରଙ୍ଗଣୀ ପଞ୍ଚାୟତର ଚାଆଁରାକୋଲ୍ଲା ଗାଁରେ। ଗ୍ରାମର ଶୁକଚାନ୍ଦ ମାନ୍ନାଙ୍କ ଏକମାତ୍ର ଝିଅ ସରସ୍ବତୀ ମାନ୍ନା(୧୮) ରାଜକନିକା ରାଜେନ୍ଦ୍ର ନାରାୟଣ ମହାବିଦ୍ୟାଳୟର ଯୁକ୍ତ ୨ କଳା ଛାତ୍ରୀ । ମେଧାବୀ ଛାତ୍ରୀ ଭାବରେ ତାଙ୍କର ସୁନାମ ରହିଛି । ଝିଅ କେବେ ସୁସ୍ଥ ହେବ ଏହି ଚିନ୍ତାରେ ବାପା ମଆ । ମାଆ ସନ୍ଧ୍ୟାରାଣୀ ମାନ୍ନା କାନ୍ଦି କାନ୍ଦି କହିଛନ୍ତି, ମୋର ଏକ ମାତ୍ର ଝିଅ ସରସ୍ବତୀ । ସ୍ୱାମୀ ଅନ୍ଧ ତାଙ୍କ ଆଖିକୁ ଦେଖାଯାଉନି । ମୁଁ ମୂଲମଜୁରୀ ଲାଗି ପରିବାର ଚଳାଇବା ସହିତ ଝିଅକୁ କିପରି ଭଲ କରିବି ମୋତେ ବୁଦ୍ଧି ବାଟ ଦିଶୁନି ।

ସୂଚନାଯୋଗ୍ୟ, ବାପା, ମାଆ ସ୍ଥାନୀୟ ଲୋକଙ୍କଠୁ ମାଗି ଯାଚି କିଛି ଅର୍ଥ ଯୋଗାଡ଼ କରିବା ସହିତ ସ୍ୱାସ୍ଥ୍ୟ ବୀମା କାର୍ଡ ଧରି ଭୁବନେଶ୍ଵର ଏମ୍ସ ହସ୍ପିଟାଲକୁ ନେଇଥିଲେ । ଆଶା ଥିଲା ଝିଅ ସୁସ୍ଥ ହୋଇଯିବ । ସେଠାରେ ଅପରେସନ ହେଲା ଏବଂ ଅପରେସନ ହେବାର କିଛି ଦିନ ପରେ ତାଙ୍କର ୨ଟି ପାଦ ଆଉ ଚଳିଲା ନାହିଁ । ଅଚଳ ହୋଇପଡ଼ିଲା । ଯାହା ଫଳରେ ଚାଲିବା ତ ଦୂରର କଥା ଠିଆ ହେବା ମଧ୍ୟ କଷ୍ଟକର । ନିତ୍ୟକର୍ମ ପାଇଁ ଅନ୍ୟର ସାହାରା ନେବାକୁ ପଡୁଛି । ସ୍ୱାସ୍ଥ୍ୟ ବୀମା କାର୍ଡରେ ଆଉ ଟଙ୍କାଟିଏ ନାହିଁ କହି ସ୍ୱାସ୍ଥ୍ୟକେନ୍ଦ୍ର ଫେରାଇ ଦେଉଥିବାବେଳେ କିପରି ଝିଅକୁ ସୁସ୍ଥ କରିବେ ଏହି ଚିନ୍ତାରେ ପରିବାର ଘାରି ହେଉଛନ୍ତି । କେବଳ ବାପା, ମାଆ ନୁହନ୍ତି ପଡ଼ୋଶୀମାନେ ମଧ୍ୟ ତାଙ୍କ କଥା କହିବାବେଳେ ନିଜର କୋହ ଓ ଲୁହକୁ ସମ୍ଭାଳି ପାରନ୍ତିନାହିଁ । ସରକାରୀ ଓ ବେସରକାରୀ ସ୍ତରରୁ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories