www.samajalive.in
Monday, December 15, 2025
16.1 C
Bhubaneswar

ଋଷିକୁଲ୍ୟା ମୁହାଁଣରେ ଅଲିଭ ରିଡଲେଙ୍କ ମିଳନ ପର୍ବ ଆରମ୍ଭ

ଗଞ୍ଜାମ: ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ  ଅଞ୍ଚଳ  ସମୁଦ୍ରରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେମାନଙ୍କ ମିଳନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ସମୁଦ୍ରରେ  ଯୋଡ଼ା ଯୋଡ଼ା ହୋଇ ଭାଷମାନ ଅବସ୍ଥାରେ କଇଁଛମାନଙ୍କୁ ଦେଖିବାକୁ ମିଳିଛି। ଏହି ପ୍ରକ୍ରିୟା ଆସନ୍ତା ଜାନୁଆରୀ ମାସ ଶେଷ ପର୍ଯ୍ୟନ୍ତ ଚାଲୁ ରହିବ।
ପାଗର ଅନୁକୂଳ ଅବସ୍ଥା ଆସିଲେ ଅର୍ଥାତ ଦକ୍ଷିଣା ପବନ ବହିଲେ କଇଁଛଙ୍କ ଗଣ ଅଣ୍ଡା ଦାନ (ପର୍ବ )ପ୍ରକ୍ରିୟା ଆରମ୍ଭ ହେବା ନେଇ ବିଶେଷଜ୍ଞମାନେ ମତ ଦେଇଛନ୍ତି। ବର୍ତ୍ତମାନ ଏହି ମିଳନ ପ୍ରକ୍ରିୟାକୁ ନେଇ ବନ ବିଭାଗ, ପରିବେଶବିତଙ୍କ ମଧ୍ୟରେ  ଅଧିକ ଉତ୍ସାହ ପ୍ରକାଶ ପାଇଛି। ଡିଏଫଓ ଶନି ଖୋଖୋର, ଏସିଏଫ ଦିବ୍ୟ ଶଙ୍କର ବେହେରା ପ୍ରମୁଖ ଋଷିକୂଲ୍ୟା ମୁହାଣ ଅଞ୍ଚଳ ପରିଦର୍ଶନ ସହ ଅଲିଭ ରିଡଲେଙ୍କ ସୁରକ୍ଷା ନେଇ ତଦାରଖ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ କୂଳ ଠାରୁ ପ୍ରାୟ ପାଞ୍ଚରୁ ସାତ କିଲୋମିଟର ଦୂରରେରେ  ଯୋଡ଼ା ଯୋଡ଼ା ଅଣ୍ଡିରା ଓ ମାଇ କଇଁଛଙ୍କ ମିଳନ ହୋଉଥିବା ନେଇ ଦେଖିବାକୁ ମିଳିଛି। ଡିସେମ୍ବରରୁ ଜାନୁଆରୀ ଶେଷ  ବେଳକୁ ବହୁ ସଂଖ୍ୟାରେ ସାମୁଦ୍ରିକ କଇଁଛଙ୍କ ମିଳନ ପ୍ରକ୍ରିୟା ସମୁଦ୍ର ମଧ୍ୟରେ ଦେଖିବାକୁ ମିଳିବ। ଏହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଦିଆଯାଇଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ମିଳନ ପ୍ରକ୍ରିୟା ଶେଷ ହେବା ପରେ ପାଗର ଅନୁକୂଳ ଅବସ୍ଥା ଆସିଲେ ଅର୍ଥାତ ଦକ୍ଷିଣା ପବନ ବହିଲେ ଏହି ବିରଳ ସାମୁଦ୍ରିକ କଇଁଛମାନଙ୍କ ଗଣ ଅଣ୍ଡା ପ୍ରକ୍ରିୟା ଆରମ୍ବ ହେବ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି।
ପ୍ରକାଶ ଯୋଗ୍ୟ ଯେ ୨୦୨୨ରେ ୫ ଲକ୍ଷ, ୨୦୨୩ ରେ ୬ଲକ୍ଷ ୩୭ ହଜାର କଇଁଛ ଅଣ୍ଡା ଦେଇଥିଲେ। ୨୦୨୪ରେ କୌଣସି କାରଣରୁ କଇଁଛ ଅଣ୍ଡା ଦେବାକୁ ଆସିନଥିଲେ। 2025 ରେ କଇଁଛମାନେ ବହୁ ମାତ୍ରରେ ଅଣ୍ଡା ଦେବେ ବୋଲି ସମସ୍ତେ ଆଶାବାଦୀ ରହିଛନ୍ତି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories