www.samajalive.in
Sunday, December 14, 2025
17.1 C
Bhubaneswar

ବାଉଁଶୂଳୀ ପ୍ରିମିୟର ନକ୍ଆଉଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୂଳୀ ଗ୍ରାମର ବାଉଁଶୂଳୀ କ୍ରିକେଟ ଆସୋସିଏସନ୍ ଦ୍ଵାରା ଆୟୋଜିତ ବାଉଁଶୂଳୀ ପ୍ରିମିୟର ନକ୍ଆଉଟ୍ ଟୁର୍ଣ୍ଣାମେଣ୍ଟ୍ ଗତକାଲି ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ଚଢ଼େଇଭୋଳ ଏକାଦଶ ଓ ଅମନ ଏକାଦଶ କଇଁସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ‌। ଫାଇନାଲ ମ୍ୟାଚରେ ଚଢେଇଭୋଳ ପ୍ରଥମେ ଟସ୍ ଜିତି ବୋଲିଂର ନିଷ୍ପତ୍ତି ନେଇ ଅମନ୍ ଏକାଦଶ କଇଁସକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା ‌। ଅମନ୍ ଏକାଦଶ କଇଁସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ସମସ୍ତ ଉଇକେଟ୍ ହରାଇ ୧୧୪ କରିବାକୁ ସକ୍ଷମ ହୋଇଥିଲା ।ଦଳ ପକ୍ଷରୁ ନିତୁନୁ ସର୍ବାଧିକ ୨୧ ବଲରୁ ୫୩ ରନ୍ ସଂଗ୍ରହ କରିଥିଲେ । ୧୧୫ରନ୍ ର ବିଜୟ ଲକ୍ଷ ନେଇ ଚଢ଼େଇଭୋଳ ଏକାଦଶ ପଡିଆକୁ ଓହ୍ଲାଇଥିଲା । ନିର୍ଦ୍ଧାରିତ ୧୨ଓଭରରେ ୮ଉଇକେଟ୍ ହରାଇ ମାତ୍ର ୧୦୫ ରନ୍ କରିବାକୁ ସକ୍ଷମ ହୋଇଥିଲା ‌। ଫଳରେ ଅମନ୍ ଏକାଦଶ କଇଁସ ୯ରନ୍ ରେ ବିଜୟ ଲାଭ କରିଥିଲା । ଅମନ୍ ଏକାଦଶର ରଜତ ୨ ଓଭର ବୋଲିଂ କରି ୫ରନ୍ ଦେଇ ସର୍ବାଧିକ ୪ଉଇକେଟ୍ ନେଇ ମ୍ୟାଚ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଖେଳ ପ୍ରଦର୍ଶନ ପାଇଁ ସଚ୍ଚିନ ମୁଖୀ ମ୍ୟାନ୍ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ।

ଶ୍ରେଷ୍ଠ ବୋଲର ଭାବରେ ସଚ୍ଚିନ ମୁଖୀ ଓ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବରେ ନିତୁନି ବିବେଚିତ ହୋଇଥିଲେ। ବିଜେତା ଦଳକୁ ନଗଦ ୩୦,୦୦୧ ଟଙ୍କା ସହିତ ଟ୍ରଫି ଓ ଉପବିଜେତା ଦଳକୁ ନଗଦ ୨୦,୦୦୧ଟଙ୍କା , ୩ୟଓ ୪ର୍ଥ ଭାବରେ ବିବିସି ଓ୍ବାରିୟର୍ସ ବାଲିଆଗୋଡା ଓ ଏସ୍ ସି ଏସ୍ ଏକାଦଶ ଆସୁରିଆକୁ ନଗଦ ୬୦୦୦ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ସମ୍ମାନୀୟ ଅତିଥି ପାଟଣା ବ୍ଲକ୍ ଅଧ୍ୟକ୍ଷା ସୁକାନ୍ତି ନାଏକ,ଅବସରପ୍ରାପ୍ତ ଥାନା ଅଧିକାରୀ ଦୋଳେଶ୍ବର ନାଏକ, ମକରଧ୍ବଜ ନାଏକ, ଧନୁର୍ଜୟ ମହାନ୍ତ, ବିଦ୍ୟାଧର ନାଏକ ଓ କମଳଲୋଚନ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ । ସୌରଭ କୁମାର ଘଣା ,ଖଗେଶ୍ବର ବେହେରା ଓ ସୌମ୍ୟରଞ୍ଜନ ନାଏକ ଖେଳ ପରିଚାଳନା କରିଥିଲେ। ସ୍କୋରର ଭାବରେ ମନୋଜ ମହାରଣା, ଅଜିତ୍ ନାଏକ ଭାଷ୍ୟକାର ଭାବରେ ହିନ୍ଦିରେ ବୁଲ୍ ବୁଲ୍ ଆପଟ୍ଟ, ଇଂରାଜୀରେ ସଞ୍ଜୟ ମହାରଣା ଓ ଓଡ଼ିଆରେ ଦୀପକ କୁମାର ମହାନ୍ତ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories