www.samajalive.in
Sunday, December 7, 2025
26.1 C
Bhubaneswar

ଆଦିବାସୀ ବିଦ୍ୟାଳୟ ସାର୍ତାଗୁଡା ଅବସ୍ଥା ଶୋଚନୀୟ

ଫୁଲବାଣୀ: ଜିଲ୍ଲାର ସଦର ବ୍ଲକ ଫୁଲବାଣୀ ଅନ୍ତର୍ଗତ ସାର୍ତାଗୁଡା ଗ୍ରାମରେ ଦେଶ ସ୍ୱାଧୀନତା ପାଇବା ପରେ ପରେ ୧୯୪୮ ମସିହାରେ ଅନୁସୂଚିତ ଜାତି ଜନଜାତି ବିଭାଗ ପକ୍ଷରୁ ଏକ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଅଶା ଥିଲା ଅଞ୍ଚଳରେ ଶିକ୍ଷାର ବିକାଶ ଘଟିବ। କିନ୍ତୁ ବହୁଘାତ ପ୍ରତିଘାତ ମଧ୍ୟ ଦେଇ ଏହି ବିଦ୍ୟାଳୟ ପରିଚାଳିତ ହେଉଥିବା ଦେଖାଯାଉଛି। ବିଦ୍ୟାଳୟର ଅଭାବ ଅସୁବିଧା ସମ୍ପର୍କରେ ପ୍ରଶାସନ, ବିଭାଗୀୟ ଅଧିକାରୀ କିମ୍ବା ଲୋକପ୍ରତିନିଧିଙ୍କ ନଜର ପଡୁନଥିବା ଜଣାପଡ଼ିଛି। ଏହି ବିଦ୍ୟାଳୟରେ ୧୪୦ ସିଟ ଥିବା ସ୍ଥଳେ ବର୍ତମାନ ୧୧୪ ଜଣ ଛାତ୍ର ଛାତ୍ରୀ ଅଧୟନ କରୁଛନ୍ତି। ତେବେ ବିଦ୍ୟାଳୟରେ ମୁଖ୍ୟତଃ ଶ୍ରେଣୀ ଗୃହର ଅଭାବ ରହିଛି। ଏଠାରେ ପାନୀୟ ଜଳର ଘୋର ଅଭାବ ପରିଲିକ୍ଷିତ ହୋଇଛି। ଗ୍ରୀଷ୍ମ ଋତୁରେ ପାନୀୟ ଜଳର ଅଭାବ ଦେଖାଦେଉଛି। ବାଳିକା ମାନଙ୍କ ପାଇଁ ଶୌଚାଳୟ ଅଭାବ ରହିଛି। ବିଦ୍ୟାଳୟରେ ପ୍ରଥମରୁ ୭ମ ଶ୍ରେଣୀ ଥିଲେ ହେଁ ଆବଶ୍ୟକ ଶିକ୍ଷକ ନାହାନ୍ତି। ଏଠାରେ ୩ ଜଣ ସ୍ଥାୟୀ ଶିକ୍ଷକ ଓ ୨ ଜଣ ଅତିଥି ଶିକ୍ଷକରେ ପାଠପଡ଼ା ଚାଲିଛି। ବିଦ୍ୟାଳୟ ପାଇଁ ୪ ଏକର ଜମି ଯୋଗାଇ ଦିଆଯାଇଥିଲେ ମଧ୍ୟ ଖେଳ ପଡ଼ିଆ ନାହିଁ। ଜିଲ୍ଲା ମଙ୍ଗଳ ବିଭାଗ ଅଧିକାରୀ ଓ ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସମିତି ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories