www.samajalive.in
Sunday, December 14, 2025
14.1 C
Bhubaneswar

ପୁଅ ମାଡମାରିବା ଭୁଲିଗଲେ କି ରଘୁବର! କହିଲେ ଲାଟ ସାହାବ ନୁହଁନ୍ତି ରାଜ୍ୟପାଳ

ଡେସ୍କ: ଓଡିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଆଜି ଦେଇଥିବା ମନ୍ତବ୍ୟ ପ୍ରକାରାନ୍ତରେ ତାଙ୍କ ନିଜ କାର୍ଯ୍ୟକଳାପ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଅଚାନକ ରାଜ୍ୟପାଳ ପଦବୀରୁ ଇସ୍ତଫା ଦେବା ବିଷୟରେ ମୁହଁ ଖୋଲି ନାହାନ୍ତି ରଘୁବର। ଇସ୍ତଫା ପରେ ବିଜେପିରେ ମିଶିବା ପରେ ସେ କହିଛନ୍ତି ଯେ ରାଜ୍ୟପାଳ ପଦବୀ ଲାଟ ସାହାବ ପଦ ନୁହେଁ। ସେ କାଳେ ଓଡ଼ିଶାରେ ଏହି ଚିନ୍ତାଧାରାକୁ ବଦଳାଇ ଦେଇଛନ୍ତି ବୋଲି କହିଛନ୍ତି। ୩୦ଟି ଜିଲ୍ଲା ବୁଲି ସେ ଲୋକଙ୍କ କଥା ବୁଝିଛନ୍ତି ବୋଲି ମଧ୍ୟ କହିଛନ୍ତି।

ଯଦି ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଲାଟ ସାହାବ ନ ଥିଲେ ଓ ସାଧାରଣ ଲୋକ ଥିଲେ ତାହେଲେ ପୁରୀରେ ରାଜ୍ୟ ସରକାରଙ୍କ ଜଣେ କର୍ମଚାରୀ ଉପରେ ତାଙ୍କ ପୁଅ କରିଥିବା ମରଣାନ୍ତକ ଆକ୍ରମଣ ମାମଲାରେ ସେ ନିଜ ପୁଅକୁ ପୁଲିସ ନିକଟରେ ଆତ୍ମ ସମର୍ପଣ କରିବାକୁ କହିଥାନ୍ତେ କିମ୍ବା ପୁଲିସକୁ ଗିରଫ କରିବା ନିମନ୍ତେ କହିପାରିଥାନ୍ତେ। କିନ୍ତୁ ଓଲଟା ରାଜ୍ୟପାଳ ପଦବୀର ଅପବ୍ୟବହାର କରି ସମ୍ପୃକ୍ତ ମାଡ ଖାଇଥିବା କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରିଥିଲେ ଓ ନିଜ ପୁଅକୁ ସୁରକ୍ଷା ଦେଇଥିଲେ।

- Advertisement -

ରାଜ୍ୟପାଳ ଭାବେ ଯୋଗ ଦେବା ପରେ ରଘୁବର ଦାସ ବିଭିନ୍ନ ଜିଲ୍ଲା ବୁଲିବା ସହ ଦଳୀୟ ରାଜନୈତିକ ଏଜେଣ୍ଡା ଚଳାଉଥିଲେ ବୋଲି ମଧ୍ୟ ବିଜେଡି ଅଭିଯୋଗ କରିଥିଲା।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories