www.samajalive.in
Thursday, December 11, 2025
16.1 C
Bhubaneswar

ମହିଳା ହକି: ସ୍ପେନ୍‌କୁ ୫-୨ରେ ହରାଇଲା ଭାରତ

ମୁର୍ସିଆ (ସ୍ପେନ୍) : ସ୍ପେନ୍ ଗସ୍ତରେ ଭାରତୀୟ ମହିଳା ହକି ଦଳ ମଙ୍ଗଳବାର ପ୍ରଥମ ବିଜୟ ହାସଲ କରିଛି। ଆକ୍ରମଣାତ୍ମକ ହକିର ପ୍ରଦର୍ଶନ କରି ଗତବର୍ଷ ମହିଳା ବିଶ୍ବକପ୍‌ର ବ୍ରୋଞ୍ଜ୍ ପଦକ ବିଜେତା ସ୍ପେନ୍ ମହିଳା ହକି ଦଳକୁ ୫-୨ ଗୋଲ୍‌ର ବିପୁଳ ବ୍ୟବଧାନରେ ଭାରତ ପରାସ୍ତ କରିଛି। ଭାରତୀୟ ଦଳର ଏହା ୩ୟ ମ୍ୟାଚ୍ ଥିବାବେଳେ ପ୍ରଥମ ବିଜୟ ହାସଲ କରିଛି। ସ୍ପେନ୍ ଗସ୍ତରେ ଭାରତୀୟ ଦଳର ପ୍ରଦର୍ଶନରେ ଉନ୍ନତି ହେବାରେ ଲାଗିଛି। ପ୍ରଥମ ମ୍ୟାଚ୍‌ରେ ଭାରତ ପରାସ୍ତ ହୋଇଥିବା ବେଳେ ୨ୟ ମ୍ୟାଚ୍‌କୁ ଡ୍ର ରଖିଥିଲା। ୩ୟ ମ୍ୟାଚ୍‌ରେ ଭାରତୀୟ ଦଳର ବିଜୟ​‌େ​‌ର ଲାଲରେମ୍‌ସିଆମି ୨ଟି ଗୋଲ୍ ସ୍କୋର୍ କରିଥିଲେ।
ଏହି ମ୍ୟାଚ୍‌ରେ ଘରୋଇ ସ୍ପେନ୍ ୭ମ ମିନିଟରେ ଗୋଲ୍‌ଦେଇ ଆଗୁଆ ହୋଇ ଯାଇଥିଲା। ବେର୍ଟା ବୋନାଷ୍ଟ୍ରେ ଏହି ଗୋଲ୍ ଦେଇଥିଲେ। ଏହାପରେ ଭାରତୀୟ ଦଳ ଲଢ଼ୁଆ ପ୍ରଦର୍ଶନ କରି ମ୍ୟାଚ୍‌କୁ ଫେରିଥିଲା। ୧୭ ମିିନିଟରେ ମିଜୋରାମର ଯୁବ ଷ୍ଟ୍ରାଇକର ଲାଲରେମ୍‌ସିଆମି ଗୋଲ୍ ସ୍କୋର୍ କରିଥିଲେ। ୨୧ ମିନିଟରେ ନେହା ଗୋୟଲ ଗୋଲ୍‌ଦେବାରୁ ପ୍ରଥମାର୍ଦ୍ଧରେ ଭାରତ ୨-୧ ଗୋଲ୍‌ରେ ଆଗୁଆ ରହିଥିଲା। ମଧ୍ୟାନ୍ତର ପରେ ମଧ୍ୟ ଭାରତର ଆକ୍ରମଣାତ୍ମକ ପ୍ରଦର୍ଶନ ଜାରି ରହିଥିଲା। ୩୨ ମିନିଟରେ ନବନୀତ କୌର ଗୋଲ୍‌ଦେବାରୁ ଭାରତ ୩-୧ ଗୋଲ୍‌ରେ ଆଗରେ ରହିଥିଲା। ୩୫ ମିନିଟରେ ସ୍ପେନ୍‌ର ବେର୍ଟା ବୋନାଷ୍ଟ୍ରେ ଦଳ ପାଇଁ ତଥା ବ୍ୟକ୍ତିଗତ ୨ୟ ଗୋଲ୍‌ ସ୍କୋର୍ କରିଥିଲେ। ତେବେ ୪ର୍ଥ ତଥା ଅନ୍ତିମ କ୍ବାର୍ଟରରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଆଉ ୨ଟି ଗୋଲ୍ ଦେଇ ବିଜୟ ନିଶ୍ଚିତ କରିଥିଲା। ଅଧିନାୟିକା ରାଣୀ ରାମପାଲ ୫୧ ମିନିଟରେ ଗୋଲ୍ ଦେଇଥିଲେ। ୫୮ ମିିନିଟରେ ଲାଲରେମ୍‌ସିଆମି ଭାରତ ପାଇଁ ୫ମ ତଥା ଅନ୍ତିମ ଗୋଲ୍ ଦେଇଥିଲେ। ଭାରତୀୟ ଦଳର ଏହି ଚମକପ୍ରଦ ବିଜୟ ପରେ ୪ ମ୍ୟାଚ୍‌ର ସିରିଜ୍ ୧-୧ ସ୍ଥିତିରେ ରହିଛି। ଗୁରୁବାର ସ୍ପେନ୍ ବିପକ୍ଷରେ ଭାରତ ୪ର୍ଥ ତଥା ଅନ୍ତିମ ମ୍ୟାଚ୍ ଖେଳିବ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories