ନୂଆଦିଲ୍ଲୀ .- ୨୦୧୯ରେ ନିର୍ବାଚନ ଜିତି କେନ୍ଦ୍ରରେ ସରକାର ଗଠନ କଲେ , କ୍ଷମତାକୁ ଆସିଲେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବେ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଘୋଷଣା କରିଛନ୍ତି । ଦଳର ବୁଥ୍ ସ୍ତରୀୟ ନେତୃବୃନ୍ଦଙ୍କୁ ସମ୍ବୋଧିତ କରିବା ସମୟରେ ସେ ଏହି ବିଷୟରେ କହିଛନ୍ତି । ପ୍ରତ୍ୟେକ ନିର୍ବାଚନରେ ଯୁବ ବର୍ଗ ଓ ଅଧିକ ସଂଖ୍ୟାରେ ମହିଳା କିପରି ଅଂଶଗ୍ରହଣ କରିବେ ସେ ବିଷୟରେ ତାଙ୍କ ଦଳ ଧ୍ୟାନ ଦେଉଛି ବୋଲି ରାହୁଲ୍ କହିଛନ୍ତି ।
ମହିଳାମାନଙ୍କୁ ଶାସନରେ ଭଲ ସ୍ଥାନରେ ଦେଖିବା ପାଇଁ ସେ ଚାହୁଁଛନ୍ତି । ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ବିଶେଷ କିଛି କରୁ ନ ଥିବା ସେ ଅଭିଯୋଗ କରିଛନ୍ତି । ଦେଶର ପୁଞ୍ଜିପତିମାନଙ୍କୁ ମୋଦୀ ସରକାର ସମର୍ଥନ କରୁଥିବା କଥା ରାହୁଲ ଅଭିଯୋଗ କରିଛନ୍ତି ।



